ବିଶ୍ବବ୍ୟାପୀ କରୋନା ଭାଇରସରେ ୨୩.୯୯ କୋଟି ସଂକ୍ରମିତ, ମୃତକଙ୍କ ସଂଖ୍ୟା ୪୮.୮୮ ଲକ୍ଷ
Khabar Odisha:International-corona-report-4888-lakh-corona-death-in-worldwide

ନୂଆଦିଲ୍ଲୀ, ଅକ୍ଟୋବର ୧୪ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ବରେ ପୁଣି ଥରେ ଉପରମୁହାଁ ହୋଇଛି। ବିଶ୍ବବ୍ୟାପୀ ଏପର୍ଯ୍ୟନ୍ତ ୨୩ କୋଟି ୯୯ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଛନ୍ତି। ୪୮ ଲକ୍ଷ ୮୮ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୪ ଲକ୍ଷ ୩୩ ହଜାର ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ହଜାର ୩୪୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  

ବିଶ୍ବବ୍ୟାପୀ ୨୩ କୋଟି ୯୯ ଲକ୍ଷ ୮୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୪୮ ଲକ୍ଷ ୮୮ ହଜାର ୫୬୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୧ କୋଟି ୭୨ ଲକ୍ଷ ୩୬ ହଜାର ୯୬୧ ଆକ୍ରାନ୍ତ କରୋନରୁ ସୁସ୍ଥ ହୋଇସାରିଥିବା ବେଳେ ୧ କୋଟି ୧୭ ଲକ୍ଷ ୭୫ ହଜାର ୩୩୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୦ ହଜାର ୭୪୪ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଆମେରିକା: ୪କୋଟି ୫୫ ଲକ୍ଷ ୪୩ ହଜାର ୭୪୯ ସଂକ୍ରମିତ, ୭ଲକ୍ଷ ୩୯ ହଜାର ୭୧୭ ମୃତ

ବ୍ରାଜିଲ: ୨ କୋଟି ୧୫ ଲକ୍ଷ ୯୭ ହଜାର ୯୪୯ ସଂକ୍ରମିତ, ୬ ଲକ୍ଷ ୧ ହଜାର ୬୪୩ ମୃତ

ବ୍ରିଟେନ: ୮୨ ଲକ୍ଷ ୭୨ ହଜାର ୮୮୩ ସଂକ୍ରମିତ, ୧ ଲକ୍ଷ ୩୮ ହଜାର ୮୦ ମୃତ

ରୁଷିଆ: ୭୮ ଲକ୍ଷ ୬୧ ହଜାର ୬୮୧ ସଂକ୍ରମିତ, ୨ ଲକ୍ଷ ୧୯ ହଜାର ୩୨୯ ମୃତ

ତୁର୍କୀ: ୭୫ ଲକ୍ଷ ୪୦ ହଜାର ୨୨୩ ସଂକ୍ରମିତ, ୬୬ ହଜାର ୮୪୧ ମୃତ

ଫ୍ରାନ୍ସ: ୭୦ ଲକ୍ଷ ୬୯ ହଜାର ୮୯ ସଂକ୍ରମିତ, ୧ ଲକ୍ଷ ୧୭ ହଜାର ୧୭୩ ମୃତ

ଇରାନ: ୫୭ ଲକ୍ଷ ୪୨ ହଜାର ୮୩ ସଂକ୍ରମିତ, ୧ ଲକ୍ଷ ୨୩ ହଜାର ୨୭୫ ମୃତ

ଆର୍ଜେଣ୍ଟିନା: ୫୨ ଲକ୍ଷ ୬୮ ହଜାର ୬୫୩ ସଂକ୍ରମିତ, ୧ ଲକ୍ଷ ୧୫ ହଜାର ୫୮୨ ମୃତ

 

  • Tags:

Subscribe

National International State Sports Entertainment