ଆତଙ୍କବାଦୀ ଜୱାହିରୀ ନିହତ ହେବା ପରେ ଏମିତି ପ୍ରତିକ୍ରିୟା ଦେଲା ତାଲିବାନ୍‌, ସ୍ୱାଗତ ଜଣାଇଲା ସାଉଦୀ ଆରବ
Khabar Odisha:International-Taliban-condemns-Al-Qaeda-Zawahiri-killing-in-Afghanistan-Saudi-Arabia-welcomes

କାବୁଲ/ରିୟାଦ, ଅଗଷ୍ଟ ୦୨ (ଖବର ଓଡ଼ିଶା): ଆଫଗାନିସ୍ତାନର କାବୁଲରେ ଆମେରିକା ଡ୍ରୋନ ଷ୍ଟ୍ରାଇକରେ କୁଖ୍ୟାତ ଆତଙ୍କବାଦୀ ଅଲ ଜାୱାହିରୀକୁ ନିହତ କରିଛି । ଓସାମା ବିନ୍ ଲାଦେନ ପରେ ୭୧ ବର୍ଷୀୟ ଅଲ ଜୱାହିରୀ ଅଲ କାଏଦାକୁ ନିୟନ୍ତ୍ରଣ କରୁଥିଲା । ଅଲ ଜୱାହିରୀ ଶେଷ ହେବା ପରେ ଆମେରିକାର ଘୋଷଣାକୁ ସାଉଦୀ ଆରବ ସ୍ୱାଗତ କରିଛି । ଅନ୍ୟପଟରେ ତାଲିବାନ ବିରକ୍ତି ପ୍ରକାଶ କରିବା ସହିତ ତୀବ୍ର ନିନ୍ଦା କରିଛି । 

ତାଲିବାନର ମୁଖପାତ୍ର ଜବୀଉଲ୍ଲାହ ମୁଜାହିଦ କହିଛନ୍ତି ଆମେରିକା ଅନ୍ତର୍ଜାତୀୟ ବୁଝାମଣାକୁ ଉଲ୍ଲଂଘନ କରିଛି । କାବୁଲର ଏକ ଘର ଉପରେ ଆମେରିକା ଡ୍ରୋନ୍ ଆକ୍ରମଣ କରିଛି । ଏହା ଅନ୍ତର୍ଜାତୀୟ ବୁଝାମଣାର ଉଲ୍ଳଂଘନ, ଯାହା ୨୦୨୦ରେ ଆମେରିକା ସେନାର ଆଫଗାନିସ୍ତାନ ଛାଡ଼ିବା ସମୟରେ କରିଥିଲା । ଆମେ ଏହି ଆକ୍ରମରକୁ ନିନ୍ଦା କରୁଛି । 

ଗୋଟିଏ ପଟେ ଜୱାହିରୀକୁ ନିହତ କରାଯିବା ପରେ ଆମେରିକା ଉପରେ ତାଲିବାନ ନିନ୍ଦା କରୁଥିବା ବେଳେ ଆମେରିକାର କାର୍ଯ୍ୟନୁଷ୍ଠାନ ନେଇ ସାଉଦୀ ଆରବ ସ୍ୱାଗତ ଜଣାଉଛି । ସାଉଦୀର ଗଣମାଧ୍ୟମ ସଂସ୍ଥା କହିଛି ଯେ, ବିଦେଶ ମନ୍ତ୍ରାଳୟ ସାଉଦୀ, ଆମେରିକାର ଏହି ପଦକ୍ଷେପକୁ ପ୍ରଶଂସା କରିଛି । ସାଉଦୀ ଆରବ କହିଛି ଯେ, ଜୱାହିରୀ ଆତଙ୍କବାଦୀଙ୍କ ନେତା ଭାବେ ଜଣାଶୁଣା ଥିଲା । 

 

  • Tags:

Subscribe

National International State Sports Entertainment