ନୂଆଦିଲ୍ଲୀ/କାଠମାଣ୍ଡୁ, ଅଗଷ୍ଟ ୧୫ (ଖବର ଓଡ଼ିଶା): ନାଗରିକତା ସଂଶୋଧନ ବିଲ ନେଇ ଅତୀତରେ ଭାରତରେ ବିବାଦ ଦେଖାଯାଇଥିଲା । ଏବେ ପଡୋଶୀ ନେପାଳରେ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ନେପାଳର ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ନାଗରିକତା ସଂଶୋଧନ ବିଲକୁ ରବିବାର ପୁନଃବିଚାର ପାଇଁ ପ୍ରତିନିଧି ସଭାକୁ ଫେରାଇ ଦେଇଛନ୍ତି । ସୂଚନାଯୋଗ୍ୟ, ଏକ ମାସ ପୂର୍ବରୁ ଏହି ବିଧେୟକକୁ ପାସ କରାଯାଇଥିଲା । ଗତମାସ ୧୪ ତାରିଖରେ ଗୃହରେ ନେପାଳର ଏହି ନାଗରିକତା ସଂଶୋଧନ ବିଲ ପାରିତ କରିଦିଆଯାଇଥିଲା । ଏହା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ଏବେ ରାଷ୍ଟ୍ରପତିଙ୍କ ଠାରୁ ପ୍ରସ୍ତାବ ଫେରିଆସିବା ପରେ ନିରାଶ ହେବାକୁ ପଡିଛି । ଏହାରି ଉପରେ କୌଣସି ମନ୍ତ୍ରୀ ଅଥବା ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଦେଇନାହାନ୍ତି । କିନ୍ତୁ ଏବେ ରାଷ୍ଟ୍ରପତି ପୁଣି ଥରେ ଏହାରି ଉପରେ ବିଚାର କରିବାକୁ ନେଇ ପଠାଇ ଦେଇଛନ୍ତି ।
ରାଷ୍ଟ୍ରପତି ଭବନର ମୁଖପାତ୍ର ସାଗର ଆଚାର୍ଯ୍ୟଙ୍କ ଅନୁସାରେ ଏହି ବିଧେୟକ ଉପରେ ଅଧିକ ଆଲୋଚନା କରିବାର ଆବଶ୍ୟକତା ରହିଛି । ତେବେ ନେପାଳରେ ନାଗରିକ ସଂଶୋଧନ ବିଲ ନେଇ ବିବାଦ ଦେଖାଯାଇଛି । ଏହାକୁ ସାଧାରଣ ଜନତା ସ୍ୱୀକାର କରୁନାହାନ୍ତି ।