ୱାଶିଂଟନ୍/ବ୍ରିଟେନ୍, ଜାନୁଆରୀ ୧୧ (ଖବର ଓଡ଼ିଶା): କରୋନା ଭାଇରସ୍ ସଂକ୍ରମଣ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ବଡ଼ ବଡ଼ ଦେଶ ଗୁଡ଼ିକ ପାଇଁ ଏହା ଅଧିକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୫ ଲକ୍ଷ ୧ ହଜାର ୭୧୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୬୩ ହଜାର ୧୮୦ ଜଣ ସୁସ୍ଥ ହୋଇଥିଲା ବେଳେ ୮୪୯ ଜଣଙ୍କର ମୃତ୍ୟୁ ହୋଇଛି।
ଆମେରିକାରେ ଏଯାଏଁ ୬ କୋଟି ୨୨ ଲକ୍ଷ ୬୨ ହଜାର ୩୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୨୪ ଲକ୍ଷ ୨୫ ହଜାର ୮୮୭ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୬୧ ହଜାର ୩୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୮୯ଲକ୍ଷ ୭୫ ହଜାର ୪୪୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୨୩ ହଜାର ୧୦୧ ଜଣଙ୍କର ଅବସ୍ଥା ଗୁରୁତର ରହିଛି।
ଭାରତ ଓ ବ୍ରିଟେନ୍ରେ ମଧ୍ୟ କରୋନା ବ୍ୟାପିବାରେ ଲାଗିଛି। ବ୍ରିଟେନ୍ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୪୨ ହଜାର ୨୨୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୭ ହଜାର ୬୧୩ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୭୭ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୯୩ ହଜାର ୮୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଇଟାଲିରେ ୯୭ ହଜାର ୪୬୪ ଓ ଆର୍ଜେଣ୍ଟିନାରେ ୮୮ ହଜାର ୩୫୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସୋମବାର ଭାରତରେ ୧ ଲକ୍ଷ ୭୯ ହଜାର ୭୨୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ୧୨.୬ ପ୍ରତିଶତ କରୋନା ବଢ଼ିଛି। ଏଥି ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୨୩ ହଜାର ୬୧୯କୁ ବୃଦ୍ଧି ପାଇଛି।