କୁଲଭୂଷଣ ମାମଲା: ଅନ୍ତର୍ଜାତୀୟ ଚାପ ପରେ ବି, ବଦଳୁନି ପାକିସ୍ତାନର ଭାବମୂର୍ତ୍ତି
Khabar Odisha:International-Kulbhushan-Jadhav-case-Pakistan-declines-to-amend-law-allowing-India-to-appoint-laywer

ଇସଲାମାବାଦ, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା): ଗୁପ୍ତଚର ସନ୍ଦେହରେ ପାକିସ୍ତାନର ଜେଲରେ ବନ୍ଦୀ ଥିବାର ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବ ମାମଲାରେ ଅନ୍ତର୍ଜାତୀୟ ଚାପରେ ବି ବଦଳୁ ନାହିଁ । ଅନ୍ତର୍ଜାତୀୟ ଚାପ ଯୋଗୁଁ ପାକିସ୍ତାନ ଯଦିଓ ସାମାନ୍ୟ ମୁଣ୍ଡ ତଳକୁ କରିଛି, କିନ୍ତୁ ନିଜର ପୁରୁଣା ପ୍ରକୃତି ଛାଡ଼ିପାରି ନାହିଁ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ପଷ୍ଟ କରିଦେଇଛନ୍ତି ଯେ, ଭାରତୀୟ ଚାପରେ ନିଜର ଆଇନରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ । 

ପାକିସ୍ତାନ ଗୁରୁବାର କହିଛି ଯେ, ଆମେ ଭାରତୀୟ ଚାପରେ କୁଲଭୂଷଣ ଯାଦବ ମାମଲରେ ନିଜର ଆଇନ ପରିବର୍ତ୍ତନ କରିପାରିବୁ ନାହିଁ । ଭାରତକୁ ପାକିସ୍ତାନର ଅଦାଲତ ସହିତ ସହଯୋଗ କରିବାକୁ ହେବ । ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ସରକାରଙ୍କ ଓକିଲଙ୍କୁ ମାମଲା ଲଢ଼େଇର ଅନୁମତି ଦେବାଲାଗି ଆଇନ ବଦଳାଇବାକୁ ମନା କରିଦେଇଛନ୍ତି । 

ପାକିସ୍ତାନ ସରକାରଙ୍କ ଏହି ଭାବମୂର୍ତ୍ତି କାରଣରୁ ବିରୋଧୀ ଓ କଟ୍ଟରପନ୍ଥୀଙ୍କ ମଧ୍ୟରେ ସଂପର୍କ ଭଲ ନାହିଁ । ଅସଲ କଥା ହେଲା ଯେ, ଅନ୍ତର୍ଜାତୀୟ ଅଦାଲତର ଅନୁସାରେ ଯାଦବଙ୍କୁ ମୃତ୍ୟୁ ଦଣ୍ଡର ସଜା ପୁଣିଥିରେ ଆବେଦନ କରିବାକୁ ସୁଯୋଗ ଦେବାଲାଗି ପାକିସ୍ତାନକୁ ଆଇନରେ ପରିବର୍ତ୍ତନ କରିବାକୁ ପଡ଼ିଥିଲା, ଯେଉଥି ପାଇଁ ଇମ୍ରାନ ସରକାର ଚାରିଆଡୁ ଆକ୍ରମଣର ଶିକାର ହୋଇଥିଲେ । ପୂର୍ବରୁ ଇସଲାମାବାଦ କୋର୍ଟ କହିଥିଲେ ଯେ, ଯାଦବଙ୍କ ଲାଗି ଓକିଲ ନିଯୁକ୍ତ କରିବାଲାଗି ଭାରତକୁ ଏକ ସୁଯୋଗ ମିିଳବା ଦରକାର । 

 

  • Tags:

Subscribe

National International State Sports Entertainment