ତେହେରାନ୍, ଜୁଲାଇ ୦୨ (ଖବର ଓଡ଼ିଶା): ଦକ୍ଷିଣ ଇରାନ୍ରେ ଶନିବାର ଭୋର ସକାଳୁ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଥିଲା । ତେବେ ରିପୋର୍ଟ ଲେଖାଯିବା ବେଳକୁ ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ୟୁରୋପୀୟ ମେଡିଟେରିଆନ୍ ସିସମୋଲୋଜିକାଲ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ, ୧୦କିମି ଗଭୀରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ।
ଦକ୍ଷିଣ ଇରାନ୍ରେ ଆଜି ଭୋର ୩ଟାରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ରିପୋର୍ଟ ଲେଖାଯିବା ବେଳକୁ ୮ ଜଣ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭୂମିକମ୍ପ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି ।
ରିପୋର୍ଟ ଅନୁସାରେ ଆଜି ସକାଳ ୩ଟା ୨୫ରେ ପ୍ରଥମ ଭୂମିକମ୍ପ ହୋଇଥିଲା । ସେହିଭଳି ଏହା ପୂର୍ବରୁ ୨ଟା ୪୩ ଓ ୩ଟା ୧୩ରେ ପୁଣି ୨ଟି ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ଯଥାକ୍ରମେ ୪.୬ ଓ ୪.୪ ଥିଲା ।