ନୂଆଦିଲ୍ଲୀ, ଜୁନ୍ ୨୫ (ଖବର ଓଡ଼ିଶା): ବାଂଲାଦେଶରେ ନିର୍ମିତ ପଦ୍ମ ବ୍ରିଜ୍ ନେଇ ଭାରତ ଅଭିନନ୍ଦନ ଜଣାଇଛି । ଏହି ଦେଶର ବିକାଶରେ ସହାୟକ ହେବ । ଢାକାସ୍ଥିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ତୃଣମୂଳ ସ୍ତରରେ ଦେଖିବାକୁ ଗଲେ ପଦ୍ମ ବ୍ରିଜ୍ର ଭିତ୍ତିଭୂମି ବହୁତ ମଜବୁତ । ଏହାର ଲମ୍ବ ୬.୧୫ କିମି । ୪ଥାକିଆ ସଡ଼କ-ରେଳପଥ ଥିବା ଏହି ବ୍ରିଜକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଉଦ୍ଘାଟନ କରିବେ । ଏହି ଅବସରରେ ସରକାରୀ ସଂସ୍ଥା, ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବ୍ୟବସାୟୀ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ଦେଶବ୍ୟାପୀ କାର୍ଯ୍ୟକ୍ରମ ରଖାଯାଇଛି ।
ଐତିହାସିକ ପଦ୍ମ ବ୍ରିଜ ଉଦଘାଟନ ନେଇ ଅନ୍ତର୍ଜାତୀୟ ସ୍ତରୀୟ ନେତା ଓ କୁଟନୀତିଜ୍ଞ ବାଂଲାଦେଶ ସରକାରକୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବ୍ରିଜ୍ ଉଦ୍ଘାଟନ ହେବା ପରେ ବାଂଲାଦେଶର ଗମନାଗମନ ବ୍ୟବସ୍ଥା ଆହୁରି ଅଧିକ ସହଜ ହୋଇଯାଇଛି । ଏଥି ସହିତ ବ୍ୟବସାୟିକ କାରବାର ବଢ଼ାଇ ଦେବାର ଆଶା ରହିଛି । ଲୋକଙ୍କର ଯାତାୟତ ସମୟକୁ ହ୍ରାସ କରିପାରିବ । ବାଂଲାଦେଶ ସ୍ୱାଧୀନତା ପ୍ରାପ୍ତିର ୫୦ ବର୍ଷ ପରେ ଏହି ବ୍ରିଜ୍ ଉଦ୍ଘାଟନ ହେଉଥିବାରୁ ଲୋକେ ସରକାରଙ୍କ ଉପରେ ଅଧିକ ଖୁସି ଅନୁଭବ କରୁଛନ୍ତି । ସୂଚନାଯୋଗ୍ୟ, ପଦ୍ମ ବ୍ରିଜ ନିର୍ମାଣରେ ୩୦,୧୯୩.୬ କୋଟି ଟାକା (୩.୬ ବିଲିୟନ ଆମେରିକୀୟ ଡଲାର) ଖର୍ଚ୍ଚ ହୋଇଛି ।