୬ ଦଶନ୍ଧି ପରେ ହ୍ୱାଇଟ ହାଉସ ପହଂଚିଲେ ତିବତ ରାଜନୈତିକ ମୁଖ୍ୟ
Khabar Odisha:International-Head-of-the-Tibetan-government-visits-us-white-house-after-6-decades-China-cries-foul

ୱାଶିଂଟନ, ନଭେମ୍ବର ୨୨ (ଖବର ଓଡ଼ିଶା): ତିବତକୁ ନେଇ ଆମେରିକା ଉପରେ ଆଭ୍ୟନ୍ତରୀଣ ମାମଲାରେ ଦଖଲର ଅଭିଯୋଗ ଆଣିଥିବା ଚୀନକୁ ଏବେ ତିବତର ନିର୍ବାସିତ ସରକାରଙ୍କ ମୁଖ୍ୟ ଆଉ ଏକ ପଦକ୍ଷେପ ନେଇଛନ୍ତି । ଡ. ଲୋବସାଙ୍ଗ ସାଙ୍ଗାୟ ଆମେରିକାର ନିମନ୍ତ୍ରଣରେ ହ୍ୱାଇଟ ହାଉସ ପହଂଚିଛନ୍ତି । ଏହି ଅବସରରେ ସେ ତିବତ ମାମଲାରେ ନବନିଯୁକ୍ତ ଆମେରିକା ଅଧିକାରୀଙ୍କୁ ଭେଟିଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ, ୬ ଦଶନ୍ଧି ପରେ ଏହା ପ୍ରଥମ ଘଟଣା ଯେ, ସିଟିଏର ପ୍ରମୁଖଙ୍କୁ ହ୍ୱାଇଟ ହାଉସରେ ନିମନ୍ତ୍ରଣ କରାଯାଇଥିଲା । 

ଏହି ସାକ୍ଷାତକାରକୁ ନେଇ ସାଂଗାୟ ଟୁଇଟ କରି ଲେଖିଛନ୍ତି ଯେ, କେନ୍ଦ୍ରୀୟ ତିବତ ପ୍ରଶାସନର ରାଜନୈତିକ ପ୍ରମୁଖ ହ୍ୱାଇଟରେ ପ୍ରଥମ ଥର ଔପଚାରିକ ପ୍ରବେଶ ପାଇବା ଗୌରବର ବିଷୟ । ତାଙ୍କର ଯାତ୍ରାକୁ ନେଇ ସିଟିଏର ତରଫରୁ ସରକାରୀ ବୟାନ ଜାରି କରାଯାଇଛି । 

ବୟାନରେ କୁହାଯାଇଛି ଯେ, ଡ. ଲୋବସାଙ୍ଗ ସାଙ୍ଗୟଙ୍କ ଏହି ଯାତ୍ରାରୁ ସିଟିଏର ଗଣତାନ୍ତ୍ରିକ ପ୍ରଣାଳୀ ଓ ଏହାର ରାଜନୈତିକ ପ୍ରମୁଖ ଉଭୟଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବ । ଏହି ବୈଠକ ଅଦ୍ଭୁତପୂର୍ଣ୍ଣ ଥିଲା ବୋଲି ସେ କହିଛନ୍ତି । 

 

 

  • Tags:

Subscribe

National International State Sports Entertainment