ଗବେଷଣା: ଏଚ୍‌ଆଇଭି ପଜିଟିଭ୍ ମହିଳାଙ୍କ ଦେହରେ ୨୧୬ ଦିନ ଯାଏଁ ରହିଲା କରୋନା! ୩୨ ଥର ହେଲା ମ୍ୟୁଟେଶନ୍
Khabar Odisha:International-HIV-positive-woman-hosted-coronavirus-for-216-days-during-this-period-virus-mutated-32-times

କେପ୍ ଟାଉନ୍‌, ଜୁନ ୦୫ (ଖବର ଓଡ଼ିଶା): ଦକ୍ଷିଣ ଆଫ୍ରିକାରୁ କରୋନା ଭାଇରସ ନେଇ ଏକ ବଡ଼ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି ଖବର ଯେକୌଣସି ଲୋକଙ୍କୁ ବିସ୍ମିତ କରିପକାଇବ । ଏଠାରେ ଜଣେ ୩୬ ବର୍ଷୀୟ ଏଚ୍‌ଆଇଭି ପଜିଟିଭ ମହିଳାଙ୍କ ଦେହରେ ୨୧୬ ଦିନ ଯାଏଁ କରୋନା ଭାଇରସ ରହିଛି । ସବୁଠାରୁ ବଡ଼ କଥା ହେଲା ଯେ, ଏହି ସମୟ ମଧ୍ୟରେ ୩୨ ଥର ମ୍ୟୁଟେଶନ କରାଯାଇଥିଲା । ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାଇରସର ସ୍ପାଇକ ପ୍ରୋଟିନରେ ମଧ୍ୟ ୧୩ ଥର ମ୍ୟୁଟେଶନ ହୋଇଥିଲା । ସୂଚନାଯୋଗ୍ୟ, ସ୍ପାଇକ ପ୍ରୋଟିନକୁ ଚିହ୍ନଟ କରି ଅଧିକତର ଭ୍ୟାକସିନ ଭାଇରସ ଉପରେ ପ୍ରଭାବ ପକାଇଥାଏ । ମାତ୍ର ଏହା ଜଣାପଡ଼ି ନାହିଁ ଯେ, ମହିଳାଙ୍କ ଠାରୁ ଏହି ମ୍ୟୁଟେଶନ ଆଉ କୌଣସି ଲୋକଙ୍କୁ ଟ୍ରାନ୍ସମିଶନ ହୋଇଛି ନା ନାହିଁ । ଏସଂପର୍କରେ ଏକ ଗବେଷଣା ପ୍ରୀ-ପ୍ରିଣ୍ଟ ଜର୍ଣ୍ଣାଲ ମେଡ୍‌ରିକ୍ସଭି ପ୍ରକାଶିତ ହୋଇଛି । 

 

  • Tags:

Subscribe

National International State Sports Entertainment