ଚର୍ଚ୍ଚରେ ସହକର୍ମୀଙ୍କ ସହିତ ବୈଠକରେ ଥିଲେ ବ୍ରିଟିଶ ସାଂସଦ, ଛୁରିଭୁଶି ହତ୍ୟା କଲା ଦୁର୍ବୃତ୍ତ
Khabar Odisha:International-Knife-attack-on-British-MP-many-leaders-paid-tribute

ଲଣ୍ଡନ, ଅକ୍ଟୋବର ୧୬ (ଖବର ଓଡ଼ିଶା): ବ୍ରିଟେନର କ୍ଷମାତସୀନ କଞ୍ଜରଭେଟିଭ ପାର୍ଟିର ସାଂସଦ ଡେଭିଡ ଏମେସ୍‌ଙ୍କ ଉପରେ ଶୁକ୍ରବାର ଅପରାହ୍ନରେ ଆକ୍ରମଣ ହୋଇଛି। ଛୁରିରେ ହୋଇଥିବା ଆକ୍ରମଣ ଯୋଗୁଁ ସାଂସଦଙ୍କର ମୃତ୍ୟୁ ହୋଇଛି। ପୂର୍ବ ଇଂଲଣ୍ଡର ଏକ ଚର୍ଚ୍ଚରେ ନିଜର ସହଯୋଗୀଙ୍କ ସହିତ ବୈଠକରେ ଥିବା ବେଳେ ସାଂସଦଙ୍କ ଉପରେ ଛୁରି ସହାୟତାରେ ଆକ୍ରମଣ ହୋଇଥିଲା। ପୋଲିସ ୨୫ ବର୍ଷୀୟ ଆକ୍ରମଣକାରୀକୁ ଗିରଫ କରିଛି। ଡେଭିଡ ଏମେସ୍‌ଙ୍କ ହତ୍ୟା ନେଇ ଅନ୍ୟ ନେତାମାନେ ଟୁଇଟ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ବ୍ରିଟିଶ ପୋଲିସ କଞ୍ଜରଭେଟିଭ ସାଂସଦ ଡେଭିଡ ଏମେସଙ୍କ ହତ୍ୟାକୁ ଆତଙ୍କବାଦୀ ଘଟଣା ଘୋଷିତ କରିଛି। ନ୍ୟୁ ସ୍କଟଲ୍ୟାଣ୍ଡ ୟାର୍ଡରେ ମେଟ୍ରୋପଲିଟନ ପୋଲିସ ଏକ ବୟାନରେ କହିଛି ଯେ, ଆରମ୍ଭରୁ ତଦନ୍ତରେ ଏହି ଘଟଣା ଇସଲାମ ଚରମପନ୍ଥୀ ଦ୍ବାରା ପ୍ରେରିତ ଜଣାପଡୁଥିଲା। ସନ୍ଦିଗ୍ଧ ଏହି ଘଟଣା ପାଇଁ ଏକାକୀ ଦାୟୀ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। 

 

 

  • Tags:

Subscribe

National International State Sports Entertainment