ନୂଆଦିଲ୍ଲୀ, ସେପ୍ଟେମ୍ବର ୩୦ (ଖବର ଓଡ଼ିଶା): ମ୍ୟାମାରର ବର୍ମାରେ ଆଜି ସକାଳୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସମୋଲୋଜୀଙ୍କ ଅନୁସାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । ମ୍ୟାମାରର ବର୍ମାରେ ଆଜି ଭୋର ୩ଟା ୫୨ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରର ବର୍ମାଠାରୁ ୧୬୨ କିମି ଦୂର ଥିଲା । ଏହି ଭୂମିକମ୍ପର ଗଭୀରତା ୧୪୦ କିମି ତଳେ ଥିଲା ବୋଲି କୁହାଯାଉଛି । ଭୂମିକମ୍ପ କାରଣରୁ ରିପୋର୍ଟ ଲେଖାଯିବା ବେଳକୁ କୌଣସି କ୍ଷୟକ୍ଷତି ସଂପର୍କିତ ସୂଚନା ନାହି । କିନ୍ତୁ ଲୋକେ ଭୟଭୀତ ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ, ଚଳିତ ମାସ ୨୪ ତାରିଖରେ କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବରରେ ଭୂମିକମ୍ପ ଅନୁଭୂତ ହୋଇଛି । ଦୀପ ରାଜ୍ୟରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ମପାଯାଇଥିଲା । ରାତି ସାଢ଼େ ୨ଟାରେ ୬.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା । ନ୍ୟାଶନାଲ ସେଣ୍ଟର ଫର ସିସମୋଲୋଜିର ରିପୋର୍ଟ ଅନୁସାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । ଭୂମିକମ୍ପର କେନ୍ଦ୍ର କ୍ୟାପବେଲ ଠାରୁ ୪୩୧ କିମି ଦୂରରେ ଥିଲା । ଏହାର ଗଭୀରତା ୭୫ କିମି ଥିଲା । ଭୂମିକମ୍ପର ଝଟକା ଏତେ ତୀବ୍ର ଥିଲା ଯେ, ଲୋକେ ଭୟଭୀତ ହୋଇଯାଇଥିଲେ ।