ବିଶ୍ୱରେ ୨.୯୧ କୋଟି କରୋନା ଭାଇରସରେ ଆକ୍ରାନ୍ତ, ପ୍ରାଣ ହାରିଲେଣି ୯ ଲକ୍ଷ ୨୭ ହଜାର
Khabar Odisha:International-Corona-virus-death-toll-reaches-927-lakh-291-crore-people-detected-in-world-wide

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ସୋମବାର ସକାଳ ୬ଟା ୩୦ ସୁଦ୍ଧା ୨ କୋଟି ୯୧ ଲକ୍ଷ ୭୫ ହଜାର ୪୫୪ ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ୯ ଲକ୍ଷ ୨୭ ହଜାର ୯୮୬ ଜଣଙ୍କର ମୃତ୍ୟୁ ହୋଇସାରିଛି । କରୋନା ଭାଇରସ କବଳରେ ପଡ଼ିଥିବା ୨  କୋଟି ୧୦ ଲକ୍ଷ ୧୮ ହଜାର ୮୧୧ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଲକ୍ଷ ୨୮  ହଜାର ୬୫୭ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୦ ହଜାର ୬୮୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସର ବିକରାଳ ରୂପ ଦେଖିବାକୁ ମିଳିଛି । ଏଠାରେ ୬୭ ଲକ୍ଷ ୮ ହଜାର ୪୫୮ ଜଣ ଲୋକ କରୋନା ଭାଇରସ ଯୋଗୁଁ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୯୮ ହଜାର ୫୨୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩୯ ଲକ୍ଷ ୭୨ ହଜାର ୮୪୦ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୩୭ ହଜାର ୯୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୧୧୧ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୪୩ ଲକ୍ଷ ୩୦ ହଜାର ୪୫୫ ସଂକ୍ରମିତ, ୧ ଲକ୍ଷ ୩୧ ହଜାର ୬୬୩ ମୃତ

ଋଷିଆ: ୧୦ ଲକ୍ଷ ୬୨ ହଜାର ୮୧୧ ସଂକ୍ରମିତ, ୧୮ ହଜାର ୫୭୮ ମୃତ

ପେରୁ: ୭ ଲକ୍ଷ ୨୯ ହଜାର ୬୧୯ ସଂକ୍ରମିତ, ୩୦ ହଜାର ୭୧୦ ମୃତ

କଲୋମ୍ବିଆ: ୭ ଲକ୍ଷ ୧୬ ହଜାର ୩୧୯ ସଂକ୍ରମିତ, ୨୨ ହଜାର ୯୨୪ ମୃତ 

ମେକ୍ସିକୋ: ୬ ଲକ୍ଷ ୬୩ ହଜାର ୯୭୩ ସଂକ୍ରମିତ, ୭୦ ହଜାର ୬୦୪ ମୃତ

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୪୯ ହଜାର ୭୯୩ ସଂକ୍ରମିତ, ୧୫ ହଜାର ୪୪୭ ମୃତ

ସ୍ପେନ: ୫ ଲକ୍ଷ ୭୬ ହଜାର ୬୯୭ ସଂକ୍ରମିତ, ୨୯ ହଜାର ୭୪୭ ମୃତ 

ଚିଲି: ୪ ଲକ୍ଷ ୩୪ ହଜାର ୭୭୮ ସଂକ୍ରମିତ, ୧୧ ହଜାର ୯୪୯ ମୃତ

ପାକିସ୍ତାନ: ୩ ଲକ୍ଷ ୧ ହଜାର ୪୮୧ ସଂକ୍ରମିତ, ୬ ହଜାର ୩୭୯ ମୃତ 

 

  • Tags:

Subscribe

National International State Sports Entertainment