କରୋନା: ବିଶ୍ୱରେ କୋଟିଏ ୮୩ ଲକ୍ଷ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୯୨ ହଜାରକୁ ବୃଦ୍ଧି
Khabar Odisha:International-Corona-virus-death-toll-reaches-692-lakh-182-crore-people-detected-in-world-wide

ନୂଆଦିଲ୍ଲୀ, ଅଗଷ୍ଟ ୦୩ (ଖବର ଓଡ଼ିଶା): ମହାମାରୀ କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱର ଜନତା ଛଟପଟ ହେଉଛନ୍ତି । କରୋନା ଭାଇରସକୁ ନେଇ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଥିବା ବେଳେ ଏହାର ଟିକା ଓ ଔଷଧ ବାହାର କରିବା ପାଇଁ ବୈଜ୍ଞାନିକ ଦିନ ରାତି ଗବେଷଣା କରୁଛନ୍ତି । ଏହାରି ଭିତରେ କରୋନା ଭାଇରସ ବିଶ୍ୱରେ ୬ ଲକ୍ଷ ୯୨ ହଜାର ୪୨୦ ଜଣଙ୍କର ଜୀବନ ନେଇ ସାରିଛି । ମୋଟ କୋଟିଏ ୮୨ ଲକ୍ଷ ୨୬ ହଜାର ୫୯୯ ଜଣ ଲୋକ କରୋନା ଭାଇରସର ଶିକାର ହୋଇସାରିଛନ୍ତି । ଏଥିରୁ କୋଟିଏ ୧୪ ଲକ୍ଷ ୩୯ ହଜାର୨୬୨ ଜଣ ସୁସ୍ଥ ହୋଇଥିବା ବେଳେ ୬୦ ଲକ୍ଷ ୯୪ ହଜାର ୯୧୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ହଜାର ୮୦୪ ଜଣ ଗୁରୁତର ଅଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସର ସର୍ବାଧିକ ସଂକଟ ଦେଖାଯାଇଛି । କାରଣ ଏଠାରେ ମୋଟ ୨୭ ଲକ୍ଷ ୩୩ ହଜାର ୬୪୭ ଜଣ ଆକ୍ରାନ୍ତ ଥିବା ବେଳେ ୧ ଲକ୍ଷ ୫୮ ହଜାର ୩୬୫ ଜଣଙ୍କର ମୃତ୍ୟୁ ହୋଇସାରିଛି । ମୋଟ ଲକ୍ଷ ୨୩ ଲକ୍ଷ ୮୦ ହଜାର ୫୩୦ ଜଣ ସୁସ୍ଥ ହୋଇଥିବା ବେଳେ ୨୨ ଲକ୍ଷ ୭୫ ହଜାର ୪୯୬ ଜଣ ଚିକିତ୍ସାଧୀନ ଅଛନ୍ତି । ଏବେ ୧୮ ହଜାର ୬୨୩ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨୭ ଲକ୍ଷ ୩୩ ହଜାର ୬୭୭ ସଂକ୍ରମିତ, ୯୪ ହଜାର ୧୩୦ ମୃତ

ଋଷିଆ: ୮ ଲକ୍ଷ ୫୦ ହଜାର ୮୭୦ ଜଣ ସଂକ୍ରମିତ, ୧୪ ହଜାର ୧୨୮ ମୃତ

ଦକ୍ଷିଣ ଆଫ୍ରିକା: ୫ ଲକ୍ଷ ୧୧ ହଜାର ୪୮୫ ଜଣ ସଂକ୍ରମିତ, ୮ ହଜାର ୩୬୬ ମୃତ

ମେକ୍ସିକୋ: ୪ ଲକ୍ଷ ୩୪ ହଜାର ୧୯୩ ସଂକ୍ରମିତ, ୪୭ ହଜାର ୪୭୨ ଜଣ ମୃତ

ପେରୁ: ୪ ଲକ୍ଷ ୨୮ ହଜାର ୪୫୦ ଜଣ ସଂକ୍ରମିତ, ୧୯ ହଜାର ୬୧୪ ମୃତ

ଚିଲି: ୩ ଲକ୍ଷ ୫୯ ହଜାର ୭୩୧ ସଂକ୍ରମିତ, ୯ ହଜାର ୬୦୮ ଜଣ ମୃତ

ସ୍ପେନ: ୩ ଲକ୍ଷ ୩୫ ହଜାର ୬୦୨ ସଂକ୍ରମିତ, ୨୮ ହଜାର ୪୪୫ ମୃତ

କଲୋମ୍ବିଆ: ୩ ଲକ୍ଷ ୧୭ ହଜାର ୬୫୧ ସଂକ୍ରମିତ, ୧୦ ହଜାର ୬୫୦ ଜଣ ମୃତ 

ପାକିସ୍ତାନ: ୨ ଲକ୍ଷ ୭୯ ହଜାର ୬୯୮ ଜଣ ସଂକ୍ରମିତ, ୫ ହଜାର ୯୭୬ ମୃତ

 

  • Tags:

Subscribe

National International State Sports Entertainment