କରୋନା: ବିଶ୍ୱରେ ୨୪ ଘଣ୍ଟାରେ ୯ ହଜାର ଲୋକଙ୍କ ମୃତ୍ୟୁ, ସଂକ୍ରମିତ ସଂଖ୍ୟା ୪ ଲକ୍ଷରୁ ଉର୍ଦ୍ଧ୍ୱ
Khabar Odisha:International-Corona-virus-death-toll-reaches-532-lakh-113-crore-people-detected-in-world-wide

ନୂଆଦିଲ୍ଲୀ, ଜୁଲାଇ ୦୫ (ଖବର ଓଡ଼ିଶା): ମହାମାରୀ କରୋନା ଭାଇରସ ଦିନକୁ ଦିନ ଅଧିକ ଅନିୟନ୍ତ୍ରିତ ହେଉଥିବା ଦେଖାଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ପ୍ରାୟ ୯ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଲକ୍ଷରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ଶନିବାର ସକାଳ ସାଢ଼େ ୬ଟାରେ ବିଶ୍ୱରେ ୫ ଲକ୍ଷ ୨୮ ହଜାର ୪୦୯ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଏକ କୋଟି ୯ ଲକ୍ଷରୁ ଅଧିିକ ଲୋକ ସଂକ୍ରମିତ ଥିଲେ । ଆଜି ସକାଳ ସାଢ଼େ ୬ଟା ବେଳକୁ ସମଗ୍ର ବିଶ୍ୱରେ ୧ କୋଟି ୧୩ ଲକ୍ଷ ୭୨ ହଜାର ୪ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୩୨ ହଜାର ୮୬୧ ଜଣଙ୍କର ମୃତ୍ୟୁ ହୋଇସାରିଛି । କରୋନା ଭାଇରସରୁ ୬୪ ଲକ୍ଷ ୩୩ ହଜାର ୯୪୨ ଜଣ ସୁସ୍ଥ ହୋଇଥିବା ବେଳେ ୪୪ ଲକ୍ଷ ୫ ହଜାର ୨୦୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । 

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ସଂକ୍ରମିତ ସଂଖ୍ୟା ୨୯ ଲକ୍ଷ ୩୫ ହଜାର ୭୭୦ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୨ ହଜାର ୩୧୮ରେ ପହଂଚିଛି । ଏଥିରୁ ୧୨ ଲକ୍ଷ ୬୦ ହଜାର ୪୦୫ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ୪୩ ହଜାର ୪୭ ଜଣ । ଆମେରିକା ପରେ କରୋନା ଭାଇରସ ବ୍ରାଜିଲରେ ଉଗ୍ର ରୂପ ନେଇଛି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧୫ ଲକ୍ଷ ୭୮ ହଜାର ୩୭୬ ସଂକ୍ରମିତ, ୬୪ ହଜାର ୩୬୫ ମୃତ

ଋଷିଆ: ୬ ଲକ୍ଷ ୭୪ ହଜାର ୫୧୫ ଜଣ ସଂକ୍ରମିତ, ୧୦ ହଜାର ୨୭ ଜଣ ମୃତ

ପେରୁ: ୨ ଲକ୍ଷ ୯୯ ହଜାର ୮୦ ଜଣ ସଂକ୍ରମିତ, ୧୦ ହଜାର ୪୧୨ ମୃତ

ସ୍ପେନ: ୨ ଲକ୍ଷ ୯୭ ହଜାର ୬୨୫ ଜଣ ସଂକ୍ରମିତ, ୨୮ ହଜାର ୩୮୫ ମୃତ

ଚିଲି: ୨ ଲକ୍ଷ ୯୧ ହଜାର ୮୪୭ ସଂକ୍ରମିତ, ୬ ହଜାର ୧୯୨ ଜଣ ମୃତ

ବ୍ରିଟେନ: ୨ ଲକ୍ଷ ୮୪ ହଜାର ୯୦୦ ସଂକ୍ରମିତ, ୪୪ ହଜାର ୧୯୮ ଜଣ ମୃତ

ମେକ୍ସିକୋ: ୨ ଲକ୍ଷ ୪୫ ହଜାର ୨୯୧ ସଂକ୍ରମିତ, ୨୯ ହଜାର ୮୪୩ ମୃତ

ଇଟାଲୀ: ୨ ଲକ୍ଷ  ୪୧ ହଜାର ୪୧୯ ସଂକ୍ରମିତ, ୩୪ ହଜାର ୮୫୪ ଜଣ ମୃତ 

ପାକିସ୍ତାନ: ୨ ଲକ୍ଷ ୨୫ ହଜାର ୨୮୩ ଜଣ ସଂକ୍ରମିତ, ୪ ହଜାର ୬୧୯ ମୃତ

 

  • Tags:

Subscribe

National International State Sports Entertainment