ବିଶ୍ୱରେ କରେନା ସଂକ୍ରମିତ ସଂଖ୍ୟା ଛୁଇଁଲା କୋଟିଏ ୧୧ ଲକ୍ଷ, ଜୀବନ ହାରିଲେଣି ୫.୨୮ ଲକ୍ଷ
Khabar Odisha:International-Corona-virus-death-toll-reaches-528-lakh-111crore-people-detected-in-world-wide

ନୂଆଦିଲ୍ଲୀ, ଜୁଲାଇ ୦୪ (ଖବର ଓଡ଼ିଶା): ମହାମାରୀ କରୋନା ଭାଇରସ ଲାଗି ସମଗ୍ର ବିଶ୍ୱରେ ଏକ କୋଟି ୧୧ ଲକ୍ଷ ୮୨ ହଜାର ୫୬୭ ଜଣ ସଂକ୍ରମିତ ହୋଇସାରିଛନ୍ତି । ଶନିବାର ସକାଳ ସାଢ଼େ ୬ଟା ମଧ୍ୟରେ ସାରା ବିଶ୍ୱରେ ୫ ଲକ୍ଷ ୨୮ ହଜାର ୪୦୯ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ୬୨ ଲକ୍ଷ ୯୨ ହଜାର ୫୨୩ ଜଣ ସୁସ୍ଥ ହୋଇଥିବା ବେଳେ ୪୩ ଲକ୍ଷ ୬୧ ହଜାର ୬୪୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଏମାନଙ୍କ ମଧ୍ୟରୁ ୫୮ ହଜାର ୩୮୩ ଜଣ ଗୁରୁତର ଅଛନ୍ତି । 

ଯୁକ୍ତରାଷ୍ଟ୍ର ଆମେରିକାରେ ୨୮ ଲକ୍ଷ ୯୦ ହଜାର ୫୮୮ ଜଣ କରୋନା କବଳରେ ପଡ଼ିଛନ୍ତି । ଏଥିରୁ ୧ ଲକ୍ଷ ୩୨ ହଜାର ୧୦୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଲକ୍ଷ ୩୫ ହଜାର ୪୮୮ ଜଣ କରୋନା ଭାଇରସ ବିପକ୍ଷରେ ବିଜୟ ହାସଲ କରିଛନ୍ତି । କିନ୍ତୁ ୧୫ ଲକ୍ଷ ୨୨ ହଜାର ୯୯୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୯୨୮ ଜଣ ଗୁରତର ରହିଛନ୍ତି ।  

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧୫ ଲକ୍ଷ ୪୩ ହଜାର ୩୪୧ ସଂକ୍ରମିତ, ୬୩ ହଜାର ୨୫୪ ମୃତ

ଋଷିଆ: ୬ ଲକ୍ଷ ୬୭ ହଜାର ୮୮୩ ଜଣ ସଂକ୍ରମିତ, ୯ ହଜାର ୮୫୯ ଜଣ ମୃତ

ସ୍ପେନ: ୨ ଲକ୍ଷ ୯୭ ହଜାର ୬୨୫ ଜଣ ସଂକ୍ରମିତ, ୨୮ ହଜାର ୩୮୫ ମୃତ

ପେରୁ: ୨ ଲକ୍ଷ ୯୫ ହଜାର ୫୯୯ ଜଣ ସଂକ୍ରମିତ, ୧୦ ହଜାର ୨୨୬ ମୃତ

ଚିଲି: ୨ ଲକ୍ଷ ୮୮ ହଜାର ୮୯ ସଂକ୍ରମିତ, ୬ ହଜାର ୫୧ ଜଣ ମୃତ

ବ୍ରିଟେନ: ୨ ଲକ୍ଷ ୮୪ ହଜାର ୨୭୬ ସଂକ୍ରମିତ, ୪୪ ହଜାର ୧୩୧ ଜଣ ମୃତ

ଇଟାଲୀ: ୨ ଲକ୍ଷ ୪୧ ହଜାର ୧୮୪ ସଂକ୍ରମିତ, ୩୪ ହଜାର ୮୩୩ ମୃତ

ମେକ୍ସିକୋ ୨ ଲକ୍ଷ  ୩୮ ହଜାର ୫୧୧ ସଂକ୍ରମିତ, ୨୯ ହଜାର ୧୮୯ ଜଣ ମୃତ 

ପାକିସ୍ତାନ: ୨ ଲକ୍ଷ ୨୧ ହଜାର ୮୯୬ ଜଣ ସଂକ୍ରମିତ, ୪ ହଜାର ୫୫୧ ମୃତ

 

  • Tags:

Subscribe

National International State Sports Entertainment