କରୋନା ଭାଇରସ୍‌: ବିଶ୍ୱରେ ୩୭.୮୮ ଲକ୍ଷ ଲୋକଙ୍କ ମୃତ୍ୟୁ, ୧୭.୫୫ କୋଟି ସଂକ୍ରମିତ
Khabar Odisha:International-Corona-virus-death-toll-reaches-3788lakh-1755-crore-people-detected-in-world-wide

ନୂଆଦିଲ୍ଲୀ, ଜୁନ ୧୧ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି । ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ଧରି ଆଧିପତ୍ୟ ବିସ୍ତାର କରିଛି । ଚିକିତ୍ସା ବିଜ୍ଞାନ କରୋନାକୁ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ରୂପେ ବିଜୟ କରିପାରି ନାହିଁ । ଏହାରି ମଧ୍ୟରେ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୪ ଲକ୍ଷ ୨୮ ହଜାର ୯୮୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧ ହଜାର ୩୦୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । 

ବିଶ୍ୱରେ  ଆଜି ପର୍ଯ୍ୟନ୍ତ ୧୭ କୋଟି ୫୫ ଲକ୍ଷ ୯୮ ହଜାର ୯୦୭ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୩୭ ଲକ୍ଷ ୮୮ ହଜାର ୧୧୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୫ କୋଟି ୯୪ ଲକ୍ଷ ୪୭ ହଜାର ୧୦୧ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୨୩ ଲକ୍ଷ ୬୩ ହଜାର ୧୦୧ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୪ହଜାର ୮୬୯  ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୭୩ ହଜାର ୮୧୬କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୧୩ ହଜାର ୮୮୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୮୨ ଲକ୍ଷ ୭୭ହଜାର ୧୬୪ ଲୋକ ସୁସ୍ଥ ହୋଇଥିବା ବେଳେ ୫୩ ଲକ୍ଷ ୮୨ ହଜାର ୭୭୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫ ହଜାର ୪୩ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୭୨ଲକ୍ଷ ୧୫ହଜାର ୧୫୯ସଂକ୍ରମିତ, ୪ଲକ୍ଷ ୮୨ହଜାର ୧୩୫ମୃତ

ଫ୍ରାନ୍ସ: ୫୭ ଲକ୍ଷ ୨୯ ହଜାର ୯୬୭ ସଂକ୍ରମିତ, ୧ ଲକ୍ଷ ୧୦ ହଜାର ୨୭୦ ମୃତ 

ତୁର୍କୀ: ୫୩ ଲକ୍ଷ ୧୩ ହଜାର ୯୮ ସଂକ୍ରମିତ, ୪୮ ହଜାର ୫୨୪ ମୃତ

ଋଷିଆ: ୫୧ ଲକ୍ଷ ୬୭ ହଜାର ୯୪୯ ସଂକ୍ରମିତ, ୧ଲକ୍ଷ ୨୫ ହଜାର ୨୭୮ ମୃତ 

ୟୁକେ: ୪୫ ଲକ୍ଷ ୪୨ ହଜାର ୯୮୬ ସଂକ୍ରମିତ, ୧ ଲକ୍ଷ ୨୭ ହଜାର ୮୬୭ ମୃତ 

ଇଟାଲି: ୪୨ ଲକ୍ଷ ୩୯ ହଜାର ୮୬୮ ସଂକ୍ରମିତ, ୧ଲକ୍ଷ ୨୬ ହଜାର ୮୫୫ମୃତ 

ଆର୍ଜେଣ୍ଟିନା: ୪୦ ଲକ୍ଷ ୬୬ ହଜାର ୧୫୬ ସଂକ୍ରମିତ, ୮୩ ହଜାର ୯୪୧ ମୃତ

ସ୍ପେନ: ୩୭ ଲକ୍ଷ ୨୯ ହଜାର ୪୫୮ ସଂକ୍ରମିତ, ୮୦ ହଜାର ୪୬୫ ମୃତ 

ଜର୍ମାନୀ: ୩୭ ଲକ୍ଷ ୧୮ ହଜାର ୬୧୭ ସଂକ୍ରମିତ, ୯୦ ହଜାର ୨୮୩ମୃତ 

 

  • Tags:

Subscribe

National International State Sports Entertainment