ବିଶ୍ୱରେ କରୋନାଜନିତ ମୃତ୍ୟୁ ୩୭.୨୬ ଲକ୍ଷ, ସଂକ୍ରମିତଙ୍କ ସଂଖ୍ୟା ୧୭.୩୩ କୋଟି
Khabar Odisha:International-Corona-virus-death-toll-reaches-3726lakh-1733-crore-people-detected-in-world-wide

ନୂଆଦିଲ୍ଲୀ, ଜୁନ ୦୫ (ଖବର ଓଡ଼ିଶା): ବିଶ୍ୱବ୍ୟାପୀ ବିଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୬ ହଜାର ୩୯୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏତିକି ସମୟ ଭିତରେ ୯ ହଜାର ୭୮୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବିଶ୍ୱରେ  ଆଜି ପର୍ଯ୍ୟନ୍ତ ୧୭ କୋଟି ୩୩ ଲକ୍ଷ ୧ ହଜାର ୨୨୬ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୩୭ ଲକ୍ଷ ୨୬ ହଜାର ୬୯୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୫ କୋଟି ୬୨ ଲକ୍ଷ ୭୯ ହଜାର ୭୩୧ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୩୨ ଲକ୍ଷ ୯୪ ହଜାର ୮୦୪ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୮ହଜାର ୨୨୧  ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୯୧ ହଜାର ୪୬୦କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୧୨ ହଜାର ୨୦୨ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୮୦ ଲକ୍ଷ ୫୩ ହଜାର ୯୮ ଲୋକ ସୁସ୍ଥ ହୋଇଥିବା ବେଳେ ୫୫ ଲକ୍ଷ ୨୬ ହଜାର ୧୬୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫ ହଜାର ୬୭୭ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୬୮ଲକ୍ଷ ୪୧ ହଜାର ୯୫୪ସଂକ୍ରମିତ, ୪ଲକ୍ଷ ୭୦ହଜାର ୯୬୮ମୃତ

ଫ୍ରାନ୍ସ: ୫୭ ଲକ୍ଷ ୧ ହଜାର ୨୯ ସଂକ୍ରମିତ, ୧ ଲକ୍ଷ ୯ ହଜାର ୯୧୬ ମୃତ 

ତୁର୍କୀ: ୫୨ ଲକ୍ଷ ୭୬ ହଜାର ୪୬୮ ସଂକ୍ରମିତ, ୪୭ ହଜାର ୯୭୬ ମୃତ

ଋଷିଆ: ୫୧ ଲକ୍ଷ ୮ ହଜାର ୧୨୯ ସଂକ୍ରମିତ, ୧ଲକ୍ଷ ୨୩ ହଜାର ୩୭ ମୃତ 

ୟୁକେ: ୪୫ ଲକ୍ଷ ୬ ହଜାର ୧୬ ସଂକ୍ରମିତ, ୧ ଲକ୍ଷ ୨୭ ହଜାର ୮୨୩ ମୃତ 

ଇଟାଲି: ୪୨ ଲକ୍ଷ ୨୭ ହଜାର ୭୧୯ ସଂକ୍ରମିତ, ୧ଲକ୍ଷ ୨୬ ହଜାର ୪୧୫ମୃତ 

ଆର୍ଜେଣ୍ଟିନା: ୩୯ ଲକ୍ଷ ୧୫ ହଜାର ୩୯୭ ସଂକ୍ରମିତ, ୮୦ ହଜାର ୪୧୧ ମୃତ

ଜର୍ମାନୀ: ୩୭ ଲକ୍ଷ ୪ ହଜାର ୬୮୫ ସଂକ୍ରମିତ, ୮୯ ହଜାର ୭୩୩ମୃତ 

ସ୍ପେନ: ୩୬ ଲକ୍ଷ ୯୭ ହଜାର ୯୮୭ ସଂକ୍ରମିତ, ୮୦ ହଜାର ୧୯୬ ମୃତ 

 

  • Tags:

Subscribe

National International State Sports Entertainment