କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୪ ହଜାରକୁ ବୃଦ୍ଧି, ୫୧ ଲକ୍ଷ ୮୯ ହଜାର ଆକ୍ରାନ୍ତ
Khabar Odisha:International-Corona-virus-death-toll-reaches-334-lakh-51-lakh-people-detected-in-world-wide

ନୂଆଦିଲ୍ଲୀ, ମେ ୨୨ (ଖବର ଓଡ଼ିଶା): ମାରାତ୍ମକ କରୋନା ଭାଇରସ ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା, ଋଷିଆ, ବ୍ରାଜିଲ, ଫାନ୍ସ, ବ୍ରିଟେନ, ସ୍ପେନ, ଇଟାଲୀରେ ଆହୁରି ଭୟଙ୍କର ରୂପ ନେଇଛି । କରୋନା ଭାଇରସରେ ଶୁକ୍ରବାର ସକାଳ ସାଢ଼େ ୬ଟା ସୁଦ୍ଧା ବିଶ୍ୱରେ ୩ ଲକ୍ଷ ୩୪ ହଜାର ୯୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ବିଶ୍ୱରେ ୫୧ ଲକ୍ଷ ୮୯ ହଜାର ୪୮୮ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୨୦ ଲକ୍ଷ ୭୮ ହଜାର ୫୬୧ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨୭ ଲକ୍ଷ ୭୬ ହଜାର ୮୩୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଏବେ ବିଶ୍ୱରେ ୪୫ ହଜାର ୬୩୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି । 

କରୋନା ଭାଇରସରେ ଅଧିକ ପ୍ରଭାବିତ ହୋଇଛି ସଂଯୁକ୍ତ ରାଷ୍ଟ୍ର ଆମେରିକା । ଏଠାରେ ୧୬ ଲକ୍ଷ ୨୦ ହଜାର ୭୬୭ ଜଣ ଆକ୍ରାନ୍ତ ଥିବା ବେଳେ ୯୬ ହଜାର ୩୧୪ ଜଣଙ୍କର ମୃତ୍ୟୁ ହୋଇସାରିଛି । ଆମେରିକାରେ ୩ ଲକ୍ଷ ୮୨ ହଜାର ୧୬୫ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୪୨ ହଜାର ୨୮୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ଏବେ ୧୭ ହଜାର ୯୦୨ ଜଣ ଗୁରୁତର ଅଛନ୍ତି । ଋଷିଆ ଓ ବ୍ରାଜିଲରେ ମଧ୍ୟ କରୋନା ଭୟଙ୍କର ରୂପ ନେଇଛି । ଏହି ୨ଟି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୩ ଲକ୍ଷ ୧୭ ହଜାର ୫୫୪ ଜଣ ସଂକ୍ରମିତ, ୩ ହଜାର ୯୯ ଜଣ ମୃତ

ବ୍ରାଜିଲ: ୩ ଲକ୍ଷ ୧୦ ହଜାର ୮୭ ସଂକ୍ରମିତ, ୨୦ ହଜାର ୪୭ ମୃତ

ସ୍ପେନ: ୨ ଲକ୍ଷ ୮୦ ହଜାର ୧୧୭ ସଂକ୍ରମିତ, ୨୭ ହଜାର ୯୪୦ ମୃତ

ବ୍ରିଟେନ: ୨ ଲକ୍ଷ ୫୦ ହଜାର ୯୦୮ ସଂକ୍ରମିତ, ୩୬ ହଜାର ୪୨ ଜଣ ମୃତ

ଇଟାଲୀ: ୨ ଲକ୍ଷ ୨୮ ହଜାର ୬ ସଂକ୍ରମିତ, ୩୨ ହଜାର ୪୮୬ ମୃତ

ଫ୍ରାନ୍ସ: ୧ ଲକ୍ଷ ୮୧ ହଜାର ୮୨୬  ସଂକ୍ରମିତ, ୨୮ ହଜାର ୨୧୫ ଜଣ ମୃତ

ଜର୍ମାନୀ: ୧ ଲକ୍ଷ ୭୯ ହଜାର ୨୧ ଜଣ ସଂକ୍ରମିତ, ୮ ହଜାର ୩୦୯ ମୃତ

ତୁର୍କୀ: ୧ ଲକ୍ଷ ୫୩ ହଜାର ୫୪୮ ସଂକ୍ରମିତ, ୪ ହଜାର ୨୪୯ ଜଣ ମୃତ

ଇରାନ: ୧ ଲକ୍ଷ ୨୯ ହଜାର ୩୪୧ ସଂକ୍ରମିତ, ୭ ହଜାର ୨୪୯ ଜଣ ମୃତ

 

  • Tags:

Subscribe

National International State Sports Entertainment