କୋଭିଡ-୧୯: ବିଶ୍ୱରେ ୫୦ ଲକ୍ଷ ୮୨ ହଜାର ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୯ ହଜାରକୁ ବୃଦ୍ଧି
Khabar Odisha:International-Corona-virus-death-toll-reaches-329-lakh-50-lakh-people-detected-in-world-wide

ନୂଆଦିଲ୍ଲୀ, ମେ ୨୧ (ଖବର ଓଡ଼ିଶା): ବିଶ୍ୱରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୯ ହଜାରକୁ ବୃଦ୍ଧି ହୋଇଛି । ସେହିପରି ୫୦ ଲକ୍ଷ ୮୨ ହଜାର ୬୬୦ ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ମୋଟ ୨୦ ଲକ୍ଷ ୨୦ ହଜାର ୧୫୭ ଜଣ ସୁସ୍ଥ ହୋଇଥିବା ବେଳେ ୨୭ ଲକ୍ଷ ୩୩ ହଜାର ୨୦୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ୪୫ ହଜାର ୮୦୩ ଜଣ ରୋଗୀଙ୍କ ଅବସ୍ଥା ଭଲ ଅଛି । 

ଆମେରିକାରେ ୧୫ ଲକ୍ଷ ୯୧ ହଜାର ୯୯୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୯୪ ହଜାର ୯୯୪ ଜଣଙ୍କର ମୃତ୍ୟୁ ହୋଇଛି । ୩ ଲକ୍ଷ ୭୦ ହଜାର ୭୬ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୨୬ ହଜାର ୯୨୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏବେ ୧୭ ହଜାର ୮୧୫ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଆମେରିକାରେ ଚଳିତ ସପ୍ତାହ ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଲକ୍ଷେ ଅତିକ୍ରମ କରିବାର ଆଶଙ୍କା ସୃଷ୍ଟି ହୋଇଛି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୩ ଲକ୍ଷ ୮ ହଜାର ୭୦୫ ଜଣ ସଂକ୍ରମିତ, ୨ ହଜାର ୯୭୨ ଜଣ ମୃତ

ବ୍ରାଜିଲ: ୨ ଲକ୍ଷ ୯୩ ହଜାର ୩୫୭ ସଂକ୍ରମିତ, ୧୮ ହଜାର ୮୯୪ ମୃତ

ସ୍ପେନ: ୨ ଲକ୍ଷ ୭୯ ହଜାର ୫୨୪ ସଂକ୍ରମିତ, ୨୭ ହଜାର ୮୮୮ ମୃତ

ବ୍ରିଟେନ: ୨ ଲକ୍ଷ ୪୮ ହଜାର ୨୯୩ ସଂକ୍ରମିତ, ୩୫ ହଜାର ୭୦୪ ଜଣ ମୃତ

ଇଟାଲୀ: ୨ ଲକ୍ଷ ୨୭ ହଜାର ୩୬୪ ସଂକ୍ରମିତ, ୩୨ ହଜାର ୩୩୦ ମୃତ

ଫ୍ରାନ୍ସ: ୧ ଲକ୍ଷ ୮୧ ହଜାର ୫୭୫  ସଂକ୍ରମିତ, ୨୮ ହଜାର ୧୩୨ ଜଣ ମୃତ

ଜର୍ମାନୀ: ୧ ଲକ୍ଷ ୭୮ ହଜାର ୫୩୧ ଜଣ ସଂକ୍ରମିତ, ୮ ହଜାର ୨୭୦ ମୃତ

ତୁର୍କୀ: ୧ ଲକ୍ଷ ୫୨ ହଜାର ୫୮୭ ସଂକ୍ରମିତ, ୪ ହଜାର ୨୨୨ ଜଣ ମୃତ

ଇରାନ: ୧ ଲକ୍ଷ ୨୬ ହଜାର ୨୮ ସଂକ୍ରମିତ, ୭ ହଜାର ୧୮୩ ଜଣ ମୃତ

 

  • Tags:

Subscribe

National International State Sports Entertainment