କରୋନା: ବିଶ୍ୱବ୍ୟାପୀ ୧୧ କୋଟି ୪୩ ଲକ୍ଷ ଆକ୍ରାନ୍ତ, ୯୦ ହଜାର ୩୨୨ ରୋଗୀ ଗୁରୁତର
Khabar Odisha:International-Corona-virus-death-toll-reaches-2536-lakh-1143-crore-people-detected-in-world-wide

ନୂଆଦିଲ୍ଲୀ, ଫେବୃଆରୀ ୨୮ (ଖବର ଓଡ଼ିଶା): କରୋନା ମୁକାବିଲା ପାଇଁ ବିଶ୍ୱବ୍ୟାପୀ ଲଢ଼େଇ ଜାରି ରହିଛି ।  ବିଶ୍ୱର ଅଧିକାଂଶ ଦେଶଗୁଡ଼ିକରେ ଟିକାକରଣ ମଧ୍ୟ ଆରମ୍ଭ ହୋଇଯାଇଛି । କିନ୍ତୁ ଏସବୁ ପରେ ମଧ୍ୟ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ୧୧ କୋଟି ୪୩ଲକ୍ଷ ଅତିକ୍ରମ କରିସାରିଛି । କରୋନାର ନୂଆ ପ୍ରାରୁପ ଦେଖାଯିବା ପରେ ବିଶ୍ୱବାସୀ ପୁଣି ଥରେ ଚିନ୍ତିତ ହୋଇପଡ଼ିଛନ୍ତ । ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୧ କୋଟି ୪୩ ଲକ୍ଷ ୬୩ ହଜାର ୮୮୬ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୫ ଲକ୍ଷ ୩୬ ହଜାର ୬୭୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୮ କୋଟି ୯୯ ଲକ୍ଷ ୧୮ ହଜାର ୧୦୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୯ ଲକ୍ଷ ୯ ହଜାର ୧୦୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୦ ହଜାର ୩୨୨ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଭାଇରସଜନିତ ମହାମାରୀ ଯୋଗୁଁ ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୨ କୋଟି ୯୨ ଲକ୍ଷ ୧ ହଜାର ୬୮୫କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୨୪ ହଜାର ୬୪୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୯୬ ଲକ୍ଷ ୩୦ ହଜାର ୨୩୯ ଲୋକ ସୁସ୍ଥ ହୋଇଥିବା ବେଳେ ୯୦ ଲକ୍ଷ ୪୬ ହଜାର ୭୯୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୧୨୪ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୫ଲକ୍ଷ ୧୭ହଜାର ୨୩୨ ସଂକ୍ରମିତ, ୨ ଲକ୍ଷ ୫୪ ହଜାର ୨୬୩ ମୃତ

ଋଷିଆ: ୪୨ ଲକ୍ଷ ୩୪ ହଜାର ୭୨୦ ସଂକ୍ରମିତ, ୮୫ ହଜାର ୭୪୩ ମୃତ

ୟୁକେ: ୪୧ ଲକ୍ଷ ୭୦ ହଜାର ୫୧୯ ସଂକ୍ରମିତ, ୧ ଲକ୍ଷ ୨୨ ହଜାର ୭୦୫ ମୃତ 

ଫ୍ରାନ୍ସ: ୩୭ ଲକ୍ଷ ୩୬ ହଜାର ୧୬ ସଂକ୍ରମିତ, ୮୬ ହଜାର ୩୩୨ ମୃତ 

ସ୍ପେନ: ୩୧ ଲକ୍ଷ ୮୮ହଜାର ୫୫୩ସଂକ୍ରମିତ, ୬୯ ହଜାର ୧୪୨ ମୃତ 

ଇଟାଲି: ୨୯ ଲକ୍ଷ ୭ ହଜାର ୮୨୫ ସଂକ୍ରମିତ, ୯୭ ହଜାର ୫୦୭ମୃତ 

ତୁର୍କୀ: ୨୬ ଲକ୍ଷ ୯୩ ହଜାର ୧୬୪ ସଂକ୍ରମିତ, ୨୮ ହଜାର ୫୦୩ ମୃତ

ଜର୍ମାନୀ: ୨୪ ଲକ୍ଷ ୪୪ ହଜାର ୧୭୭ ସଂକ୍ରମିତ, ୭୦ ହଜାର ୫୮୯ମୃତ 

କଲମ୍ବିଆ: ୨୨ ଲକ୍ଷ ୪୮ହଜାର ୧୩୫ସଂକ୍ରମିତ, ୫୯ ହଜାର ୬୬୦ ମୃତ

 

  • Tags:

Subscribe

National International State Sports Entertainment