କରୋନା: ବିଶ୍ୱରେ ମୃତକଙ୍କ ସଂଖ୍ୟା ୧୧.୫୪ ଲକ୍ଷ ଟପିଲା, ୪.୨୯ କୋଟି ଲୋକ ଆକ୍ରାନ୍ତ
Khabar Odisha:International-Corona-virus-death-toll-reaches-1154-lakh-429-crore-people-detected-in-world-wide

ନୂଆଦିଲ୍ଲୀ, ଅକ୍ଟୋବର ୨୫ (ଖବର ଓଡ଼ିଶା): ବିଶ୍ୱରେ କରୋନାଜନିତ ମୃତ୍ୟୁ ସଂଖ୍ୟା ସାଢ଼େ ୧୧ ଲକ୍ଷ ଟପିଛି । ଅପରପକ୍ଷେ ୪ କୋଟି ୨୯ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଫଳରେ ସମଗ୍ର ବିଶ୍ୱକୁ ବିପର୍ଯ୍ୟୟ ଆଡ଼କୁ ଟାଣିନେଉଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୮୮ ଲକ୍ଷ ୨୭ ହଜାର  ୯୩୨ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୩୦ ହଜାର ୬୮ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୭ ଲକ୍ଷ ୪୧ ହଜାର ୬୧୧ ଜଣ ସୁସ୍ଥ ହୋଇଥିବା ବେଳେ ୨୮ ଲକ୍ଷ ୫୬ ହଜାର ୨୫୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୩୬୯ ଜଣ ଗୁରୁତର ଅଛନ୍ତି ।

କରୋନା ଲାଗି ବିଶ୍ୱରେ ୪ କୋଟି ୨୯ ଲକ୍ଷ ୧୭ ହଜାର ୮୨୬ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୫୪ ହଜାର ୩୦୫ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୩ କୋଟି ୧୬ ଲକ୍ଷ ୫୯ ହଜାର ୯୮୬ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୧୦ ଲକ୍ଷ ୩ ହଜାର ୫୩୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୭୭ ହଜାର ୨୦୨ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୭୮ ଲକ୍ଷ ୧୪ ହଜାର ୬୮୨ ସଂକ୍ରମିତ, ୧ ଲକ୍ଷ ୧୭ ହଜାର ୯୫୬ ମୃତ 

ବ୍ରାଜିଲ: ୫୩ ଲକ୍ଷ ୮୧ ହଜାର ୨୨୪ ସଂକ୍ରମିତ, ୧ ଲକ୍ଷ ୫୬ ହଜାର ୯୨୬ ମୃତ

ଋଷିଆ: ୧୪ ଲକ୍ଷ ୯୭ ହଜାର ୧୬୭ ସଂକ୍ରମିତ, ୨୫ ହଜାର ୮୨୧ ମୃତ

ସ୍ପେନ: ୧୧ ଲକ୍ଷ ୧୦ ହଜାର ୩୭୨ ସଂକ୍ରମିତ, ୩୪ ହଜାର ୭୫୨ ମୃତ 

ଫ୍ରାନ୍ସ: ୧୦ ଲକ୍ଷ ୮୬ ହଜାର ୪୯୭ ସଂକ୍ରମିତ, ୩୪ ହଜାର ୬୪୫ ମୃତ

ଆର୍ଜେଣ୍ଟିନା: ୧୦ ଲକ୍ଷ ୮୧ ହଜାର ୩୩୬ ସଂକ୍ରମିତ, ୨୮ ହଜାର ୬୧୩ ମୃତ

କଲମ୍ବିଆ: ୧୦ ଲକ୍ଷ ୭ ହଜାର ୭୧୧ ସଂକ୍ରମିତ, ୩୦ ହଜାର  ମୃତ 

ପେରୁ: ୮ ଲକ୍ଷ ୮୬ ହଜାର ୨୧୪ ସଂକ୍ରମିତ, ୩୪ ହଜାର ୯୫ ମୃତ

ମେକ୍ସିକୋ: ୮ ଲକ୍ଷ ୮୦ ହଜାର ୭୭୫ ସଂକ୍ରମିତ, ୮୮ ହଜାର ୩୧୨ ମୃତ

ପାକିସ୍ତାନ: ୩ ଲକ୍ଷ ୨୭ ହଜାର ୬୩ ସଂକ୍ରମିତ, ୬ ହଜାର ୭୨୭ ମୃତ 

 

  • Tags:

Subscribe

National International State Sports Entertainment