ୱାଶିଂଟନ୍, ଜୁଲାଇ ୨୬ (ଖବର ଓଡ଼ିଶା): ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ ସୋମବାର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ସେ ଚଳିତ ସପ୍ତାହରେ ଚୀନର ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସହିତ କଥାବାର୍ତ୍ତା କରିବେ । ବାଇଡେନ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଏହି କଥାବାର୍ତ୍ତା ପାଇଁ ଦୀର୍ଘ ଦିନରୁ ଯୋଜନା ଥିଲା । ତେବେ ଚୀନ ଓ ଆମେରିକୀୟ ରାଷ୍ଟ୍ରପତିଙ୍କ କଥାବାର୍ତ୍ତା କେବେହେବ, ସେ ନେଇ ବାଇଡେନ୍ ସୂଚନା ଦେଇ ନାହାନ୍ତି ।
ସୂଚନାଯୋଗ୍ୟ, ନିକଟରେ ଜୋ ବାଇଡେନ୍ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ବାଇଡେନ୍ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଜିନପିଙ୍ଗ ବାର୍ତ୍ତା ପଠାଇଥିଲେ । ହ୍ୱାଇଟ୍ ହାଉସ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ଷ୍ଟାଟ୍ରିଜି କମ୍ୟୁନିକେଶନ କୋର୍ଡିନେଟର ଜନ କରିବେ ସ୍ପଷ୍ଟ କରିଛନ୍ତି ଯେ, ବାଇଡେନଙ୍କୁ ଜିନପିଙ୍ଗ ମେସେଜ ପଠାଇଥିଲେ ।
ଗତ ଗୁରୁବାର ବାଇଡେନ୍ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କର ନମୁନା ପରୀକ୍ଷାରୁ ଜଣାଯାଇଥିଲା ଯେ, ତାଙ୍କ ଦେହରେ କରୋନାର ସାମାନ୍ୟ ଲକ୍ଷ୍ୟଣ ଥିଲା । ଆମେରିକୀୟ ରାଷ୍ଟ୍ରପତି ଏବେ ସଂଗରୋଧରେ ଥାଇ ସବୁ କାମ କରୁଛନ୍ତି । ତାଙ୍କର ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ସେ ଘରେ ଥାଇ କାମ କରିବେ ।