ଆଣବିକ ଶକ୍ତି କ୍ଷେତ୍ରରେ ଆଉ ଏକ ପରୀକ୍ଷଣ କଲା ଫ୍ରାନ୍ସ । ଦୂରଗାମୀ ବାଲିଷ୍ଟିକ ମିସାଇଲର ପରୀକ୍ଷଣ କରି ମିସାଇଲୁ ସଫଳ ଉତକ୍ଷେପଣ କରାଯାଇଛି। ଫ୍ରାକ୍ଟର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏ୫୧.୩ ଦୂରଗାମୀ ବାଲିଷ୍ଟିକ ମିସାଇଲୁ ରବିବାର ଦିନ ପରୀକ୍ଷଣ କରାଯାଇଛି । ତେବେ ଫ୍ରାନ୍ସ ତାରାଫରୁ କୁହାଯାଇଛି କି ଏହି ମିସାଇଲରେ କୌଣସି ଆଣବିକ ଅସ୍ତ୍ରଶସ୍ତ୍ର ପଠା ଯାଇନାହିଁ । ଏହି ମିସାଇଲ ଫ୍ରାନ୍ସର ଦକ୍ଷିଣପଶ୍ଚିମରେ ଥୁବା ବିସାସୌ ମିସାଇଲ୍ ଟେଷ୍ଟି ସାଇଟରୁ ଉତ୍କ୍ଷେପଣ କରାଯାଇଛି ।
ମିସାଇଲ ଉତ୍କ୍ଷେପଣ କରିବା ପରେ ଏହା ଉତ୍ତର ଆଟଲାଣ୍ଟିକ ମହାସାଗରରେ ପଡ଼ିଥିଲା । ୨୦୧୨ ରେ ଋଷ ଞ୍ଚୁକରଣ ଉପରେ ଆକ୍ରମଣ କରିଥିଲା । ଏହାପରେ ପୁଟିନ୍ ବାରମ୍ବାର ପାଶ୍ଚାତ୍ୟ ଦେଶକୁ ପରମାଣୁ ଆକ୍ରମଣ ଧମକ ଦେଇ ଚାଲିଛି ।ତେଣୁ ଆଣବିକ ଶକ୍ତି କ୍ଷେତ୍ରରେ ଧୀରେଇ ଧୀରେ ମଜବୁତ ହେଇବାକୁ ଯାଉଛି ଫ୍ରାନ୍ସ । ପରୀକ୍ଷଣ କରାଯାଇଥିବା ଏ୫୧.୩ ହେଉଛି ଏ୫୧ର ବିକଶିତ ଭର୍ସନ । ଏହାକୁ ନୌସେନାର ଯୁଦ୍ଧପତ ପ୍ରସ୍ତୁତରେ କରାଯାଇଛି । ତେବେ ଉତକ୍ଷେପଣ କରାଯାଇଥିବା ଦୂରଗାମୀ ମିସାଇଲ୍ ନେଇ ଅଧିକ ସୂଚନା ଫ୍ରାନ୍ସ ଦେଇ ନାହିଁ । ଏହି ନୂଆ ବାଲିଷ୍ଟିକ ମିସାଇଲକୁ ୨୦୧୫ ସୁଦ୍ଧା ସେନାରେ ସାମିଲ୍ କରାଯିବାକୁ ଲକ୍ଷ୍ୟ ରଖିଛି ଫ୍ରାନ୍ସ ।
ଅଧିକ ପଢନ୍ତୁ :ଆମେରିକାର ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ୫ ମୃତ