ଆମେରିକାରେ ଗୁଳିମାଡ଼ । ପାର୍କରେ ଛାତ୍ରଛାତ୍ରୀଙ୍କ ଉପରେ ଗୁଳିମାଡ । ଗୁଳିମାଡରେ ପ୍ରାୟ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଆମେରିକାର ଏକ ପାର୍କରେ ଛାତ୍ରଛାତ୍ରୀମାନେ ଥିବାବେଳେ ସେମାନଙ୍କ ଉପରକୁ ହଠାତ ଗୁଳିମାଡ଼ ହୋଇଥିଲା । ପରେ ଛାତ୍ରଛାତ୍ରୀମାନେ ଭୟରେ ଏଣେତେଣେ ଦୌଡ଼ି ପଳାଇଥିଲେ । କିନ୍ତୁ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲା । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । କିଏ ଓ କେଉଁ କାରଣରୁ ଛାତ୍ରଛାତ୍ରୀଙ୍କ ଉପରେ ଗୁଳି ଚାଳନ କରିଥିଲା ତାର କାରଣ ଅସ୍ପଷ୍ଟ ରହିଛି । ଜନଗହଳି ପୂର୍ଣ୍ଣ ସ୍ଥାନରେ ନିର୍ଭୟରେ ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳିମାଡ଼ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି ।