ଆଗ୍ନେୟ ଉଦଗୀରଣରେ ଚାଲିଗଲା ୧୧ ଜଣକ ଜୀବନ । ପଶ୍ଚିମ ସୁମାତ୍ରାରେ ମାଉଣ୍ଟି ମାରପି ଆଗ୍ନେୟଗିରି ବିସ୍ଫୋରଣ ହୋଇଛି ଯାହା ଫଳରେ ୧୧ ଜଣ ପର୍ବତ ଆରୋହୀଙ୍କ ଜୀବନ ଚାଲିଯାଇଛି । ଏଥିସହ ଅନେକ ପର୍ବତ ଆରୋହୀ ନିଖୋଜ ଅଛନ୍ତି ।ଏଭଳି ଘଟଣା ଘଟିଛି ଇଣ୍ଡୋନେସିଆରେ। ନିଖୋଜ ଥିବା ସେମାନଙ୍କୁ ଏପର୍ଯ୍ୟନ୍ତ ଖୋଜା ଖୋଜି ଚାଲିଛି ।
ସୂଚନା ଅନୁଯାୟୀ ,ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଥିବା ମେରାପି ଶୃଙ୍ଗରେ ରବିବାର ଦିନ ଆଗ୍ନେୟଗିରି ଉଦ୍ଗୀରଣ ହୋଇଥିଲା । ଏହା ଫଳରେ ଆକାଶକୁ ୩,୦୦୦ ମିଟର୍ ଉଚ୍ଚର ପ୍ରବଳ କଳା ଧୂଆଁ ଉଠିଥିଲା। ଫଳରେ ଆଖପାଖ ଅଞ୍ଚଳରେ ଆଗ୍ନେୟଗିରି ଉଦ୍ଗୀରଣଜନିତ ଭଗ୍ନାଂଶ ଖସିବା ସହିତ ଚାରିଆଡେ ପାଉଁଶ ପଡ଼ିଛି। ଆଗ୍ନେୟ ଉଦଗୀରଣ ହେବା ପରେ ସ୍ଥାନୀୟ ଲୋକେ ଦେଖିବା ପରେ ଉଦ୍ଧାରକାରୀଙ୍କୁ ଖବର ଜଣାଇଥିଲେ ।
ଏହି ଖବର ପାଇବା ପରେ ଉଦ୍ଧାରକାରୀ ସଂଗେ ସଂଗେ ସେଠାରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।ଆଗ୍ନେୟଗିରି ନିକଟରେ ତିନି ଜଣ ପର୍ବତାରୋହୀଙ୍କ ମୃତଦେହ ମିଳିଥିଲା । ପରେ ଆହତ ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ଏଥିସହ ଅନେକ ପର୍ବତ ଆରୋହୀ ନିଖୋଜ ଅଛନ୍ତି ।ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।
ଅଧିକ ପଢନ୍ତୁ :କର୍ତାରପୁର ସାହେବ ଗୁରୁଦ୍ୱାରରେ ମାଂସ ପାର୍ଟି ଅଭିଯୋଗ