ଜାପାନ ଓ ଫିଲିଫାଇନ୍ସ ରେ ଭୂମିକମ୍ପର ତୀବ୍ର ଝଟକା ଶନିବାର ସକାଳେ ଅନୁଭୂତ ହୋଇଛି। ଜାପାନରେ ୫.୧ ତୀବ୍ରତା ରେକର୍ଡ଼ କରାଯାଇଥିବା ବେଳେ ଫିଲିଫାଇନ୍ସରେ ୫.୭ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଯାଇଛି। ଭୂମିକମ୍ପ ପରେ କୌଣସି ସୁନାମୀ ସତର୍କତା ଜାରି କରାଯାଇ ନାହିଁ ।
ଜାପାନ ପାଣିପାଗ ବିଭାଗ ଅନୁଯାୟୀ ଉତ୍ତର-ପୂର୍ବ ଜାପାନରେ ୫.୧ ତୀବ୍ରତା ଭୂମିକମ୍ପ ସକାଳ 4ଟାରେ ଅନୁଭୂତ ହୋଇଥିଲା। ଜାପାନର ଫୁକୁସିମା ପ୍ରାନ୍ତରେ ତୀବ୍ର ଝଟକା ଅନୁଭୂତ ହୋଇଥିବା ବେଳେ ଭୂମିକମ୍ପ ପରବର୍ତ୍ତୀ ସୁନାମୀ ନେଇ କୌଣସି ସତର୍କତା ଜାରି କରାଯାଇନାହିଁ। ଭୂକମ୍ପ ପରେ ଆଣବିକ କେନ୍ଦ୍ରରେ କୌଣସି ପ୍ରଭାବ ପଡିନଥିବାର ସୂଚନା ମିଳିଛି।
ସୂଚନାନୁଯାୟୀ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଫୁକୁସିମା ପ୍ରାନ୍ତ ଠାରୁ 40କିମି ଗଭୀରତାରେ ରହିଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେସ ପକ୍ଷରୁ ପ୍ରକାଶ ଫିଲିଫାଇନ୍ସର ମିଣ୍ଡନାଓ ଦ୍ୱୀପରେ ୫.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଦ୍ୱାରା କୌଣସି ବଡଧରଣର କ୍ଷୟକ୍ଷତି କିମ୍ବା ଧନ ଜୀବନ ହାନି ହୋଇନାହିଁ ।