ଆଫଗାନିସ୍ତାନରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ । ସୂଚନା ଅନୁସାରେ, ଗତ ସୋମବାର ରାତିରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ସୃଷ୍ଟି ହେବାପରେ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଯାଇଥିଲା । ରାତିରେ ଭୂକମ୍ପ ହେବାରୁ ଲୋକମାନେ ଆହୁରି ଅଧିକ ଭୟଭୀତ ହୋଇଯାଇଥିଲେ । ଭୂକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମଧ୍ୟ ମିଳିନାହିଁ । ଭୂକମ୍ପର କେନ୍ଦ୍ରସ୍ଥଳୀ ରାଜଧାନୀ କାବୁଲର ପ୍ରାୟ ୭୩ କିମି ଗଭୀରତାରେ ସୃଷ୍ଟି ହୋଇଥିଲା ।
ଆଗକୁ ପଢ଼ନ୍ତୁ : ପାକିସ୍ତାନରେ ଭୂକମ୍ପ ଝଟକା