ଚୀନ ବୈଜ୍ଞାନିକ ଆବିଷ୍କାର କରିଛନ୍ତି ୮ ନୂଆ ଭୂତାଣୁ । ଯେଉଁ ଭୂତାଣୁ ମଣିଷ ଶରୀରରେ ସଂକ୍ରମିତ ହେବାର ଭୟ ମଧ୍ୟ ରହିଛି । ଭବିଷ୍ୟତରେ ଏହି ଭୂତାଣୁ ବିଶ୍ଵ ପାଇ ମହାମାରୀର ରୂପ ନେଇପାରେ ବୋଲି ଚୀନ ବୈଜ୍ଞାନିକ ସୂଚନା ଦେଇଛନ୍ତି । ଚୀନର ହୈନାନ ଦ୍ୱୀପରୁ ଚୀନରେ ମହାମାରୀ ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ୭୦୦ଟି ନମୁନା ସଂଗ୍ରହ କରିଥିଲେ ।
୭୦୦ଟି ନମୁନା ମଧ୍ୟରୁ ୮ ଟି ଭୂତାଣୁ ଚିହ୍ନଟ କରାଯାଇଛି । ଆଉ ଚିହ୍ନଟ ହୋଇଥିବା ଭୂତାଣୁ କରୋନା ମହାମାରୀ ମଣିଷ ଶରୀରରେ ସଂକ୍ରମିତ ହେବାର ସନ୍ଦେହ କରାଯାଉଛି ବୋଲି ସୂଚନା ମିଳିଛି । ଚୀନରେ ସୃଷ୍ଟି ହୋଇଥିବା କରୋନା ମହାମାରୀ ସାରା ବିଶ୍ଵ ଉପରେ ତାର କୁପ୍ରଭାବ ପକାଇଥିଲା । କରୋନା ମହାମାରୀର କଥା ଏ ପର୍ଯ୍ୟନ୍ତ ଲୋକ ମନରୁ ଭୁଲି ନାହାନ୍ତି । ତଥାପି ପୁଣି ୮ ନୂଆ ଭୂତାଣୁ ସଂକ୍ରମିତ ହେବାର ଭୟ ବଢ଼ିବାରେ ଲାଗିଛି । କରୋନାର ସ୍ଥିତିରେ ଏ ପର୍ଯ୍ୟନ୍ତ ମଧ୍ୟ ସୁଧାର ଆସିନାହିଁ । ଚୀନ ବୈଜ୍ଞାନିକ ୮ ନୂଆ ଭୂତାଣୁ ଚିହ୍ନଟ କରି ଏହି ଭୂତାଣୁ ମହାମାରୀ ରୂପ ନେବ ବୋଲି ସୂଚନା ଦେଇଛନ୍ତି ।
ଆଗକୁ ପଢ଼ନ୍ତୁ : ମେଟା ବିରୋଧରେ ମାମଲା ରୁଜୁ