ମାନିଲା ଚୀନ୍, ସୀମାରୁ ପଛକୁ ହଟିଲା ଚୀନ୍ ସେନା
Khabar Odisha:China-agreed-about-army-return-back-from-boarder
ନୂଆଦିଲ୍ଲୀ, ଜୁଲାଇ 6(ଖବର ଓଡ଼ିଶା):

 ଲଦାଖ ସୀମାରେ ଚୀନ୍ ଓ ଭାରତ ମଧ୍ୟରେ ଜାରି ରହିଥିବା ବିବାଦ ସାମାନ୍ୟ ଥଣ୍ଡା ପଡ଼ିଛି । ଗଲଓ୍ଵାନ ଘାଟିରେ ଚୀନ ସେନା ପକ୍ଷରୁ ୧ କିଲୋମିଟର ପଛକୁ ଫେରିବା ପାଇଁ  ଚୀନ ସରକାର ଏହି ଖବରକୁ ସ୍ୱୀକାର କରିଛନ୍ତି ।

ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମ୍ କରିବା ପାଇଁ ଆଲୋଚନା ହୋଇଛି। ସୀମାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଉଭୟ ଦେଶର ଆଗଧାଡ଼ିର ସେନା ପଛକୁ ହଟିବା ଆରମ୍ଭ କରିଛନ୍ତି । ଜୁନ ୩୦ରେ ହୋଇଥିବା ୩ୟ କମାଣ୍ଡର ସ୍ତରୀୟ ଆଲୋଚନାରେ ସୀମାରେ ଉତ୍ତେଜନା ହ୍ରାସ କରି ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟପ୍ରତ୍ୟାହାର ଉପରେ ସହମତି ହୋଇଥିଲା । ଏହା ପୂର୍ବରୁ ଭାରତ ପକ୍ଷରୁ ମଧ୍ୟ ଉଭୟ ଦେଶ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିବା ସ୍ୱୀକାର କରାଯାଇଥିଲା ।

ସୀମାରେ ଭାରତର ଆଚରଣକୁ ସମଗ୍ର ବିଶ୍ୱସମୁଦାୟ ସ୍ୱୀକୃତି ଓ ସମର୍ଥନ ଜଣାଇଥିଲେ ।

ରବିବାରଦିନ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଇଙ୍କ ସହ ଆଲୋଚନା କରି ସୀମାରେ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିଲେ । ସୀମାରେ ଉତ୍ତେଜନା ହ୍ରାସ କରି ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ ।

  • Tags:

Subscribe

National International State Sports Entertainment