ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ଅନେକ ଦିନ ଧରି ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ହେତୁ ଅନେକ ଲୋକଙ୍କୁ ମାଟି ତଳେ ପୋତି ହୋଇଯାଇଥିବାବେଳେ ଅନେକ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଦଳ ୩ ବର୍ଷର ଶିଶୁ କନ୍ୟା ଏବଂ ଶିଶୁଟିର ମା’ଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୂସ୍ଖଳନରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଛି।
ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ଯେ ଦକ୍ଷିଣ ସୁଲାୱେସି ପ୍ରଦେଶର ତାନା ତୋରଜା ଜିଲ୍ଲାର ଦକ୍ଷିଣ ମାକାଲେ ଗାଁର ଆଖପାଖ ପାହାଡ଼ରେ ପ୍ରବଳ ବର୍ଷା ହେତୁ ଶନିବାର ଚାରିଟି ଘର ଭୂସ୍ଖଳନର ଶିକାର ହୋଇଥିଲା । କୁହୁଡି ଓ ପ୍ରବଳ ବର୍ଷା ହେତୁ ନିଖୋଜଙ୍କୁ ଖୋଜିବାରେ ବାଧା ସୃଷ୍ଟି ହେଉଛି । ସୂଚନା ଅନୁଯାୟୀ ସ୍ଥାନୀୟ ପୋଲିସ ଅଧିକାରୀ ଏବଂ ସ୍ବେଛାସେବୀ ଦୂର ପର୍ବତ ଗ୍ରାମ ମାକାଲେ ଓ ଦକ୍ଷିଣ ମାକାଲେରେ ଖୋଜ ଜାରି ରଖିଛନ୍ତି । ରବିବାର ସକାଳେ ଉଦ୍ଧାର କର୍ମଚାରୀମାନେ ୮ ବର୍ଷର ବାଳିକା ସମେତ ଦୁଇ ଆହତ ଲୋକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଏବଂ ସେମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
ଅଧିକ ପଢନ୍ତୁ : ପାକିସ୍ତାନରେ ଉପୁଜିଛି ବନ୍ୟା ପରିସ୍ଥିତି