ଆମେରିକାର ଘଟିଛି ଭୟଙ୍କର ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ମଧ୍ୟ ହେବା ସହିତ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିବା ସହିତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଆମେରିକାର ଗୋଟେ ଅଂଚଳରେ କୌଣସି ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମଧ୍ୟ ଅନେକ ଲୋକ ଏକାଠି ହୋଇଥିଲେ । ଠିକ ଏହି ସମୟରେ ଗୁଳିକାଣ୍ଡ ଘଟିଥିଲା । କେହି ଜଣେ ସମସ୍ତଙ୍କ ଉପରକୁ ଗୁଳିଚାଳନ ଆରମ୍ଭ କରିଥିଲେ । ଏହି ଗୁଳିଚାଳନରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବା ସହିତ ସେମାନେ ଚିତ୍କାର କରି ଏଣେତେଣେ ଦୌଡ଼ି ପଳାଇଥିଲେ ।
ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହେବାସହିତ ଅନେକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ, ପୋଲିସ ଓ ଅନୁସନ୍ଧାନକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ଥିବା ସିସିଟିଭିକୁ ଯାଞ୍ଚ କରୁଛନ୍ତି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରା କରି ସେମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରୁଥିବା ସୂଚନା ମିଳିଛି ।