ହୋଲିରେ ରୁହନ୍ତୁ ସତର୍କ, ଶରୀର ଉପରେ ଧ୍ୟାନ ଦିଅନ୍ତୁ
Khabar Odisha:health-odisha-holi-safety-tips
ନୂଆଦିଲ୍ଲୀ ,ମାର୍ଚ୍ଚ୧୯(ଖବର ଓଡିଶା) :

ହୋଲିର ପର୍ବକୁ ସମସ୍ତେ ଅପେକ୍ଷା କରିଥାନ୍ତି । ଏହାକୁ ପାଳନ କରିବା ପାଇଁ  ସମସ୍ତେ ଉତ୍ସାହିତ ଥାନ୍ତି । ହୋଲି ପାଇଁ ଅନେକ ପ୍ରସ୍ତୁତି ମଧ୍ୟ କରିଥାନ୍ତି । କିଏ ମିଠା ପ୍ରସ୍ତୁତ କରିବାରେ ଲାଗିଥାଏ ତ କିଏ ରଙ୍ଗ କିଣିବାରେ ବ୍ୟସ୍ତ ଥାଏ ।  ଲୋକମାନେ ହୋଲିକୁ ରଙ୍ଗମୟ କରିବା ପାଇଁ ଅନେକ ପ୍ରସ୍ତୁତି ମଧ୍ୟ କରିଥାନ୍ତି । କିନ୍ତୁ ଏ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଭିତରେ ନିଜର ଶରୀର କଥା ସଂପୂର୍ଣ୍ଣ ଭାବରେ ଭୁଲିଯାଇଥାନ୍ତି । ଏହି ସମୟରେ ଅନେକ ରୋଗ ଦେଖାଯାଇଥାଏ । କିନ୍ତୁ ଏହି ସମୟରେ ଆପଣମାନେ କିପରି ରୋଗରୁ ବଚିଂପାରିବେ ସେ ସଂପର୍କରେ ଆମେ ଜଣାଇବୁ । ଯାହା ଦ୍ୱାରା ଆପଣମାନେ ଏହି ହୋଲିର ମଜା ନେଇପାରିବେ ଏବଂ ଫିଟ ରହିପାରିବେ ।

୧.ପାଣି ପିଅନ୍ତୁ – ହୋଲିର ଉତ୍ସାହ ମଧ୍ୟରେ ଅନେକ ଦଉଡ ଧାପଡ କରିଥାନ୍ତି । ଯାହାଦ୍ୱାରା ଥକାପଣ ହେବାର ସମ୍ଭାବନା ରହିଥାଏ । ଏଥିପାଇଁ ହୋଲି ଖେଳିବା ପୂର୍ବରୁ ପାଣି ପିଇବା ନିହାତି ଜରୁରୀ । ଯାହା ଦ୍ୱାରା ଆପଣ ଥକାପଣରୁ ମୁକ୍ତି ପାଇପାରିବେ । ଏହା ସହ ଅଧିକ ପାଣି ପିଇବା ଦ୍ୱାରା ଶରୀରର ଚର୍ମ ମଧ୍ୟ କୋମଳ ରହିଥାଏ ବେଂ ଶରୀରରୁ ରଙ୍ଗ ମଧ୍ୟ ଜଲଦି ଛାଡିଯାଇଥାଏ ।

୨. ଖାଇବାର କ୍ୱାଲିଟି ଚେକ କରନ୍ତୁ – କିଛି ବି ପର୍ବ ପାଳନ କରିବା ସମୟରେ ମିଠା ବିନା ପର୍ବ ଅସଂପୂର୍ଣ୍ଣ ଲାଗେ । ପର୍ବ ସମୟରେ ଲୋକମାନେ ବହୁତ ମାତ୍ରାରେ ମିଠା ଖାଇତାନ୍ତି । ଏହି ମିଠା କିଣିବା ସମୟରେ ପ୍ରଥମେ ଏହାର କ୍ୱାଲିଟି ସଂପର୍କରେ ଠିକ ସେ ପରୀକ୍ଷା କରି ନିଅନ୍ତୁ ।

୩.ହରବାଲ ରଙ୍ଗ ବ୍ୟବହାର କରନ୍ତୁ – ବିନା ରଙ୍ଗରେ ହୋଲି ଅଧା ଅଧୁରା ରହିଯାଏ । ମାର୍କେଟରେ ବିଭିନ୍ନ ରଙ୍ଗ ବିକ୍ରି ହୋଇଥାଏ । ଦେଲେ ଆମେ କେମିକାଲ ରଙ୍ଗ ପରିବର୍ତେ ହରବାଲ ରଙ୍ଗ ବ୍ୟବହାର କରିବା ଉଚିତ । କେମିକାଲ ରଙ୍ଗର ବିଭିନ୍ନ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇଥାଏ ।  କିନ୍ତୁ ହରବାଲ ରଙ୍ଗର କିଛି ପାଶ୍ୱର୍ ପତିକ୍ରିୟା ନଥାଏ । ତେଣୁ ଏହି ହୋଲିରେ ହରବାଲ ରଙ୍ଗ ବ୍ୟବହାର କରନ୍ତୁ ।

୪.ଏକ୍ସରସାଇଜ କରନ୍ତୁ – ବ୍ୟସ୍ତ ସମୟ ମଧ୍ୟରେ ଏକ୍ସରସାଇଜ କରିବା ପାଇଁ କାହା ପାଖରେ ସମୟ ନଥାଏ । କିନ୍ତୁ ପ୍ରତିଦିନ ଏକ୍ସରସାଇଜ କରିବା ଦ୍ୱାରା ରୋଗ ହୋଇନଥାଏ । ଯଦି ଜିମ୍ ଯିବା ପାଇଁ ସମୟ ନଥାଏ ତେବେ ସକାଳୁ ଉଠି ଚାଲନ୍ତୁ ।

  • Tags:

Subscribe

National International State Sports Entertainment