କଦଳୀ ଚୋପାକୁ ଅଳିଆ ଭାବି ଫୋପାଡି ଦେଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହାର ଫାଇଦା ବିଷୟରେ...
Khabar Odisha:bananas-peel-give-you-free-skin
ନୂଆଦିଲ୍ଲୀ, ଅଗଷ୍ଟ ୦୮ (ଖବର ଓଡ଼ିଶା):

କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ । ହୋ ଖାଇବା ଦ୍ୱାରା ଶକ୍ତି ମିଳିବା ସହ ହଜମ ପ୍ରକ୍ରିୟା ସୂଚାରୁ ରୂପେ ସମ୍ପାଦିତ ହୋଇଥାଏ । କଦଳୀ ଖାଇବା ପରେ ଆମେ ସାଧାରଣତଃ ଚୋପାକୁ ଅଦରକାରୀ ଭାବି ଫିଙ୍ଗି ଦେଇଥାନ୍ତି । ଆପଣ ଜାଣିଛନ୍ତି କି ଆପଣ ଫୋପାଡି ହେଉଥିବା କଦଳୀ ଚୋପା ଆପଣଙ୍କ ପାଇଁ କେତେ ଲାଭଦାୟକ । 

କଦଳୀ ଚୋପାରେ ଅନେକ ପ୍ରକାରର ଭିଟାମିନ ଥାଏ । ଯାହା ଆମ ଶରୀରରେ ଏନଜାଇମ ଏବଂ ପ୍ରୋଟିନକୁ ସ୍କରିୟ କରିଥାଏ । ଫଳରେ ତ୍ୱଚାରେ ଥିବା କୋଲୋଜେନ୍ ଏବଂ ନମନୀୟତା ବୃଦ୍ଧି ହୋଇଥାଏ । ତେବେ କଦଳୀ ଚୋପା ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚର୍ମ ସମସ୍ୟା ଦୂର ହୋଇଥାଏ । 

ତେବେ ଆସନ୍ତୁ ଜାଣିବା କଦଳୀ ଚୋପାର ଫାଇଦା ବିଷୟରେ...

୧-ଚର୍ମ କୁଞ୍ଚନକୁ ଦୂର କରେ: ଯଦି ଆପଣଙ୍କ ତ୍ୱାଚା କୁଞ୍ଚିତ ହୋଇଗଲାଣି ତେବେ କଦଳୀ ଚୋପା ବ୍ୟବହାର କରନ୍ତୁ । ଚର୍ମ କୁଞ୍ଚିତ ସ୍ଥାନରେ କଦଳୀ ଚୋପାକୁ କିଛି ସମୟ ଘଷିବା ପରେ ଗୋପାଳ ଜଳ ଲଗାନ୍ତୁ ଏବଂ ୧୫ ମିନିଟ ପରେ ତ୍ୱଚାକୁ ଧୋଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଦେଖିବେ ଆପଣଙ୍କ ତ୍ୱଚାରେ କୁଞ୍ଚନ ଦୂର ହୋଇଯିବ ।

୨-ଆଖିତଳ କଳା ଦାଗ ଦୂର କରେ: ଯଦି ଆପଣଙ୍କ ଆଖି ତଳ କଳାଦାଗ ହୋଇଛି ତେବେ ଆପଣ କଦଳୀ ଚୋପାକୁ ବ୍ୟବହାର କରିପାରିବେ । କଦଳୀ ଚୋପାରେ ଥିବା ଫାଇବରକୁ ବାହାର କରି ସେଥିରେ ଗୋଟିଏ ଚାମଚ ଘିଁକୁଆରୀ ରସ ମିଶାନ୍ତୁ । ଏହି ମିଶ୍ରଣକୁ ଆଖି ତଳେ ଲଗାନ୍ତୁ । ୧୦ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏପରି କରିବା ଦ୍ୱାରା ଆଖି ତଳ କଳା ଦାଗ ଦୂର ହୋଇଥାଏ । 

୩-ତ୍ୱଚାକୁ ଗୋରା କରେ: ତ୍ୱଚା ଗୋରା ହେବା ପାଇଁ କଦଳୀ ଚୋପାର ମିଶ୍ରଣ ସହିତ ବେକିଙ୍ଗ ସୋଡା ଓ ପାଣି ଟିକେ ମିଶାନ୍ତୁ । ଏହି ମିଶ୍ରଣକୁ ଭଲ ସେ ମିଶାଇ ଯାଏ ତ୍ୱଚାରେ ଘଷନ୍ତୁ । ୧୦ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । 

୪-ଭାତୁଡି ଦୂର କରେ: କଦଳୀରେ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଆମର ଭାତୁଡି ଚିହ୍ନ ଦୂର କରିବାରେ ସହାୟକ କରିଥାଏ । ସାରା ରାତି ଭାତୁଡି ଚିହ୍ନ ଉପରେ କଦଳୀ ଚୋପାକୁ ରଖି ଶୋଇବେ । ସକାଳୁ ଉଠି ଥଣ୍ଡା ପାଣିରେ ଭଳ ଭାବେ ମୁହଁ ଧୋଇଦେବେ । ଏପରି ପରିବା ଦ୍ୱାରା ଦେଖିବେ ଆପଣଙ୍କ ଭାତୁଡି ସମସ୍ୟା ଦୂର ହେବ । 

୫-ବ୍ରଣ ଦୂର ହୁଏ: ଯଦି ଆପଣଙ୍କ ତ୍ୱଚାରେ ବ୍ରଣ ହୋଇଛି ତେବେ ଆପଣ କଦଳୀ ଚୋପାକୁ ବାଟି ଏଥିରେ ମହୁ ଓ କଦଳୀ ମିଶାଇ ତ୍ୱତାରେ ଲଗାଇବେ । କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇଦେବେ ।  

  • Tags:

Subscribe

National International State Sports Entertainment