ଗ୍ରୀନ କଫିର ଉପକାରିତା khabar odisha :02/03/2024 Share story: ସାଧାରଣତଃ ଶରୀରକୁ ଫିଟ ରଖିବା ପାଇଁ ଅନେକ ଲୋକ ଗ୍ରିନ ଟି କୁ ଆପଣାଇଥାନ୍ତି । ବିଶେଷକରି ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି । ସେମାନେ ସକାଳୁ ଖାଲି ପେଟରେ ଗ୍ରିନ ଟି ପିଇଥାନ୍ତି । ଗ୍ରିନ ଟି ରେ ଅନେକ ପରିମାଣ ରେ ଆଂଟିଅକ୍ସିଡାଂଟ ଥାଏ । ଯାହା ମେଟାବୋଲିଜିମ କୁ ତ୍ୱରାନ୍ୱିତ କରିଥାଏ । ଏହାସହ ଗ୍ରିନ ଟି ପିଇବା ଦ୍ୱାରା ଶରୀରରେ ଚର୍ବିର ପରିମାଣ କମିଥାଏ । ଯାହା ଓଜନ ନିୟନ୍ତ୍ରଣ ରଖିବାରେ ସାହାର୍ଯ୍ୟ କରେ । ଠିକ ସେମିତି ଗ୍ରିନ ଟି ପରି ଗ୍ରିନ କଫି ମଧ୍ୟ ଶରୀର ପାଇଁ ବେଶ ଉପକାରୀ ହୋଇଥାଏ । ସାଧାରଣତଃ କଫିରେ କ୍ୟାଫିନ ର ପରିମାଣ ଅଧିକ ରହିଥାଏ । ଯାହା ଶରୀରକୁ କ୍ଷତି ପହଂଚାଇଥାଏ । କିନ୍ତୁ ଗ୍ରୀନ କଫି ରେ ପ୍ରାୟତଃ କ୍ୟାଫିନର ମାତ୍ରା ନଥାଏ । ଯାହା ଶରୀର ପାଇଁ ଆଦୈା କ୍ଷତିକାରକ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ଗ୍ରୀନ କଫି ପିଇବା ଦ୍ୱାରା କଣ ସବୁ ଉପକାର ହୋଇଥାଏ । ଗ୍ରୀନ କଫି ଡାଇବେଟିସ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହାକୁ ପିଇବା ଦ୍ୱାରା ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ସାମନ୍ୟ ରହିଥାଏ । ଏହାସହ ଯେଉଁମାନେ କୋଲେଷ୍ଟେରଲ ର ଶିକାର ହୋଇଥାନ୍ତି । ସେମାନେ ନିୟମିତ କଫି ପିଇବା ଦ୍ୱାରା କୋଷ୍ଟେରଲ ସମସ୍ୟା ନିୟନ୍ତ୍ିତ ହୋଇଥାଏ । ଏବଂ ଏଥିରେ ପୋଟାସିୟମ ଓ ସୋଡିୟମ କମ ରହିଥାଏ । ଯାହା ଉଚ୍ଚରକ୍ତଚାପ ରୋଗୀଙ୍କ ପାଇଁ ଉପକାରୀ ହୋଇଥାଏ । ଖାଲି ସେତିକି ନୁହେଁ , ଗ୍ରୀନ କଫିରେ ଫ୍ୟାଟି ଏସିଡ , ଲିନୋଲିକ ଏସିଡ ଓ ଓଲିକ ଏସିଡ ରହିଥାଏ । ଯାହା ତ୍ୱତାକୁ ହାଇଡ୍ରେଟ ରଖିବାରେ ସାହାର୍ଯ୍ୟ କରେ । ଅଧିକ ପଢନ୍ତୁ : ସମ୍ବଲପୁର ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ Health Green coffee Henilprava Swain, Author, 02/03/2024