ବର୍ତ୍ତମାନ ରାଜ୍ୟରେ ଜାରି ରହିଛି ପ୍ରବଳ ତାତି। ତାପମାତ୍ରା ବଢିବା ହେତୁ ଚର୍ମରେ ଅନେକ ସମସ୍ୟା ଦେଖା ଦେଉଛି। ତେଣୁ ଖରାଦିନ ଆସିବା ମାତ୍ରେ ସମସ୍ତେ ଚିନ୍ତାରେ ପଡିଯାନ୍ତି। ଖରାଦିନରେ ଧୂଳି, ମଳି, ଅତ୍ୟଧିକ ଝାଳ ପାଇଁ ଆମ ସ୍କିନରେ ଚମକକୁ କମାଇଦେଇଥାଏ। ତେବେ ନିଜ ସ୍କିନ୍ ରେ ଗ୍ଲୋ ଆଣିବା ପାଇଁ ଝିଅମାନେ ଅନେକ ଜିନିଷ ବ୍ୟବହାର କରିଥାନ୍ତି।
ତେବେ ଏଇ ଖରାଦିନେ ସ୍କିନ ଗ୍ଲୋ କରିବା ପାଇଁ ବାଦାମ ତେଲ ସବୁଠାରୁ ଉପକାରୀ ବୋଲି ବିବେଚନା କରାଯାଏ। ଏହି ତେଲ ଲଗାଇଲେ ମୁଁହରେ ବ୍ରଣ, ତେଲିଆ ଲାଗିବା ସମସ୍ୟା ଦେଖାଯାଏ ନାହିଁ ବରଂ ଅଧିକ ତ୍ଵଚରେ ସୁନ୍ଦରତା ଆଣିଥାଏ।
ତେବେ ଏହି ବାଦାମ ତେଲ ଚର୍ମକୁ ଗଭୀର ଭାବରେ ମଇଶ୍ଚରାଇଜ୍ କରେ। ବାଦାମ ତେଲ ତ୍ୱଚାର ଭିତରକୁ ଯାଇ ହାଇଡ୍ରେଟ୍ କରେ। ଗ୍ରୀଷ୍ମ ଋତୁରେ, ଯେତେବେଳେ ଚର୍ମ ଜଳୀୟ ଅଂଶର ମାତ୍ରା ଠିକ ରହିବ ଫଳରେ ଏହି ତେଲ ତ୍ୱଚାକୁ ନରମ ରଖିବାରେ ସହାୟକ ହୁଏ । ଡାର୍କ ସର୍କଲ୍ କୁ ମଧ୍ୟ ଦୂର କରିଥାଏ। ଏଥିରେ ଭିଟାମିନ୍ E ଥିବାରୁ ଆଖି ତଲେ ଥିବା କଳା ଦାଗ କମାଇଥାଏ ।