ଚିନ୍ତା ବଢାଉଛି ୫ ରାଜ୍ୟ, ମାତ୍ର ୫ ଟି ରାଜ୍ୟରୁ ୬୨% ଆକ୍ଟିଭ୍ କରୋନା କେସ୍‌
Khabar Odisha:62--covid-active-cases-from-5-states

ନୂଆଦିଲ୍ଲୀ, ଜାନୁଆରୀ ୨ (ଖବର ଓଡ଼ିଶା) : ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ଏବେ ପୁଣି କରୋନାର ପୂର୍ବ ଭୟାବହତାକୁ ମନେ ପକାଇ ଦେଉଥିବା ବେଳେ ୫ଟି ରାଜ୍ୟ ବର୍ତମାନ ଦେଶର ଚିନ୍ତା ବଢାଇଛନ୍ତି ।

ପୁରା ଦେଶରେ ଥିବା କରୋନା ଆକ୍ଟିଭ୍ କେସ୍ ମଧ୍ୟରୁ ମାତ୍ର ୫ଟି ରାଜ୍ୟରୁ ୬୨ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁଯାଇ ବର୍ତମାନ ପୁରା ଦେଶରେ ୨ଲକ୍ଷ ୫୪ହଜାର ୨୫୪ ଟି ଆକ୍ଟିଭ୍ କରୋନା କେସ୍ ରହିଥିବା ବେଳେ କେବଳ କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଛତିଶଗଡ ଭଳି ୫ଟି ରାଜ୍ୟରୁ ୧ଲକ୍ଷ ୫୭ ହଜାର ୧୦୬ ଟି ସକ୍ରିୟ ମାମଲା ରହିଛି ।

ଦେଶରେ ୫୦ ହଜାରରୁ ଅଧିକ କରୋନା ସଂକ୍ରମଣର ସକ୍ରିୟ ମାମଲା ଥିବା ରାଜ୍ୟ ମଧ୍ୟରେ ମାତ୍ର ୨ଟି ରାଜ୍ୟ (କେରଳ ଓ ମହାରାଷ୍ଟ୍ର) ଅଛନ୍ତି । କେରଳରେ ୬୫ ହଜାର ୩୮୧ ସକ୍ରିୟ ମାମଲା ଥିବା ବେଳେ ମହାରାଷ୍ଟ୍ରରେ ୫୪ ହଜାର ୪୫ ଟି ସକ୍ରିୟ ମାମଲା ରହିଛି । 

ଅନ୍ୟପଟେ ୧୦ହଜାରରୁ ଅଧିକ ସକ୍ରିୟ ମାମଲା ଥିବା ରାଜ୍ୟ ମାନଙ୍କ ମଧ୍ୟରେ ସବୁଠାରେ ଆଗରେ ଉତ୍ତରପ୍ରଦେଶ ରହିଛି । ବର୍ତମାନ ୟୁପିରେ ୧୪ହଜାର ୨୬୦ ଆକ୍ଟିଭ୍ କେସ୍ ରହିଛି ଏହା ପରେ ପଶ୍ଚିମବଙ୍ଗରେ ୧୧ହଜାର ୯୮୫ ଓ ଛତିଶଗଡରେ ୧୧ ହଜାର ୪୩୫ ଆକ୍ଟିଭ୍ କେସ୍ ପୁରା ଦେଶର ଚିନ୍ତା ବଢାଇଛି ।

  • Tags:

Subscribe

National International State Sports Entertainment