ଖବର ଓଡିଶା : 05/05/2023
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତ ଅଧିନସ୍ଥ ତେନ୍ତୁଳି ଖୁଣ୍ଟି ଗାଁରେ ଦୁଇ ଜଣ ଆନ୍ଥ୍ରାକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ଆନ୍ଥ୍ରାସ୍କ ରୋଗରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗଙ୍କ ସୂଚନାରୁ ଜଣାପଡିଛି। ମଲା ଗାଈର ମାଂସ ଖାଇ ଆନ୍ଥ୍ରାସ୍କ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି l
ସୂଚନା ଅନୁସାରେ, ତେନ୍ତୁଳିଖୁଣ୍ଟି ଗାଁରେ ଏବେ ଗୋରୁ ମଡକ ଚାଲିଛି। ଲୋକେ ମଲା ଗାଈର ମାଂସକୁ ମାରି ଖାଉଥିବା ଜଣାପଡ଼ିଛି। ହଠାତ୍ ମୃତକ ବ୍ରଜଙ୍କ ହାତରେ ଘା ସଦୃଶ୍ୟ ହୋଇ ପ୍ରବଳ ଯନ୍ତ୍ରଣା ହୋଇଥିଲା । ପ୍ରଥମେ ତାଙ୍କୁ ଦଶମନ୍ତପୁର ଓ ପରେ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା । ଚିକିତ୍ସାଧିନ ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ବ୍ରଜର ମୃତ୍ୟୁ ହେବାପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟ ପଟେ ଚିକିତ୍ସା ଓ ସଚେତନତା ସୃଷ୍ଟି କରିବା ଲାଗି ସ୍ୱାସ୍ଥ୍ୟ ବିଭାଗର ଟିମ୍ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ କୋରାପୁଟ ସିଡିଏମଓ ଅରୁଣ କୁମାର ପଣ୍ଡା କହିଛନ୍ତି, ତେନ୍ତୁଳିଖୁଣ୍ଟି ଗାଁରେ ଦୁଇଟି ଆନ୍ଥ୍ରାକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମେଡିସିନ୍ ଦିଆଯାଇଛି। ଏଥିପାଇଁ ଗାଁରେ ହେଲଥ କ୍ୟାମ୍ପ କରାଯିବ। ଏହି କ୍ୟାମ୍ପରେ ଏକ ଡାକ୍ତର ଟିମ୍ ଓ ପାରାମେଡିକାଲ ଷ୍ଟାପ ରହିବେ। ଘର ଘର ବୋଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଦୁଇ ଜଣ ନୂଆ ଅନ୍ଥାସ୍କ ଆକ୍ରାନ୍ତ ସ୍ପଷ୍ଟ ହେବା ପରେ ଗାଁରେ ସଚେତନତା କରାଯାଇଛି।