ସଡ଼କରେ ଚାଷୀ, ବେହାଲ ଦିଲ୍ଲୀ
Khabar Odisha:Farmer-protest-in-Delhi-against-Farmers-Bill-2020

ନୂଆଦିଲ୍ଲୀ : କୃଷି ଆଇନ୍ ବିରୋଧରେ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନକୁ ଆଜି ପୁରିଛି ୮ ଦିନ । ଦିନ ବଢିବା ସହିତ ଆନ୍ଦୋଳନ କାରୀଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ନିଜ ଜିଦ୍‌ରେ ଅଟଳ ଚାଷୀ । ଦିଲ୍ଲୀର ସିଂଘୁ ସିମାନ୍ତ ଓ ଚୁରାଡିର ସଡକ ତଥା ପଡିଆ ଟ୍ରକ୍ ଓ ଟ୍ରାକ୍ଟରରେ ଜାମ୍ ହୋଇଛି । 

ହଜାର ହଜାର କୃଷକ ସଡ଼କକୁ କବ୍ଚା କରି ନେଇଛନ୍ତି । ସଡ଼କ ଉପରେ ଦିନ ରାତି ଜଳୁଛି ଚୁଲି, ତିଆରି ହେଉଛି ଖାଦ୍ୟ । ରାସ୍ତା ଉପରେ ଧାଡି ଧାଡି ହୋଇ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଆନ୍ଦୋଳନ କାରୀ ମାନେ ଟ୍ରାକ୍ଟର ଟ୍ରକ୍ ରେ ୬ ମାସର ରାସନ୍ ନେଇ ଆସିଛନ୍ତି । ସେପଟେ ଏନଆରଆଇ ମାନେ ପଠାଉଛନ୍ତି ଟଙ୍କା । କହିଛନ୍ତି ଆନ୍ଦୋଳନରୁ ହଟନି ଟଙ୍କା ଦରକାର ହେଲେ କୁହ ।

ଏଭଳି ସ୍ଥିତିରେ ୩୫ ଟି ସଂଗଠନ ଗାଁ ସ୍ତରରୁ ବିଦେଶ ଯାଏଁ ପାଣ୍ଠି ଠୁଳ ରେ ଲାଗିଛନ୍ତି । ପ୍ଳାକାର୍ଡ, ବ୍ୟାନର, ଫଟୋ, କୁଶପୁତଳିକା, ଡାକ ବାଜି ଯନ୍ତ୍ର ସାଙ୍ଗକୁ ଆନ୍ଦୋଳନର ସବୁ ଉପକରଣ କୋଉଠୁ ଆସୁଛି ଚାଷୀ ମାନେ ଅଜଣା ଥିବା କହିଛନ୍ତି । 

ବିଦେଶୀ ମିଡିଆରେ ଚାଷୀ ସଂଗଠନ ଓ ନେତାଙ୍କ ମନ୍ତବ୍ୟ ଓ ସାକ୍ଷାତକାରର ଘନଘନ ପ୍ରଚାର ଚାଲିଛି । କଂଗ୍ରେସ, ଆପ୍ ଅକାଳୀ ଦଳ ସହିତ ୩୫ରୁ ଅଧିକ କୃଷି ସଂଗଠନ ଯୋଡି ହୋଇଛନ୍ତି । ସାହିନବାଗ୍ ର ନେତା, ଜେଏନୟୁର ଟୁକୁଡା ଟୁକୁଡା ଗ୍ୟାଙ୍ଗ, ଏନଆରସିର ବିରୋଧି ମାନଙ୍କ ସହିତ ଆୱାର୍ଡ ୱାପସୀ ଗ୍ୟାଙ୍ଗର କର୍ମକର୍ତ୍ତା ଚାଷୀ ବେଶରେ ପହଞ୍ଚି ଯାଇଥିବା ନେଇ ଚର୍ଚ୍ଚା ହେଉଛି ।

ଚାଷୀ ଓ ସରକାରଙ୍କ ସହ ୫ମ ଥରର ଆଲୋଚନା ବି ଫଳପ୍ରଦ ହୋଇ ପାରିନି । ଆନ୍ଦୋଳନ କାରୀ ମାନେ ଦିଲ୍ଲୀ ସୀମାନ୍ତରେ ଜାମ୍ କରି ନେଇଥିବାରୁ ସହର ଭିତରକୁ ପଶି ପାରୁନି ଫଳ ଓ ପନିପରିବା ଗାଡି । ଦିଲ୍ଲୀରେ ଏସବୁ ଦ୍ରବ୍ୟ ଏବେ ଆକାଶ ଛୁଆଁ । ଖାଉଟି ମାନେ ଅସ୍ତବ୍ୟସ୍ତ ହେଲେଣି । ସେପଟେ ଡିସେମ୍ବର ୮ରୁ ସମଗ୍ର ଦେଶରେ ଅତ୍ୟାବଶକ ଦ୍ରବ୍ୟ ପରିବହଦ ବନ୍ଦ କରିଦେବାକୁ ଚେତାବନୀ ଦେଇଛନ୍ତି ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ । ଏଆଇଏମଟିସି କହିଛି ଯେ ଦେଶର ୧ କୋଟି ଟ୍ରକ୍ ଏହି ବନ୍ଦରେ ସାମିଲ ହେବେ । ଆଗାମୀ ଦିନରେ ଦିଲ୍ଲୀ ସହରର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯିବ ବୋଲି ଚାଷୀ ନେତା ମାନେ ଚେତାବନୀ ଦେଇଛନ୍ତି । ଗତ କାଲି ଠାରୁ ଉତ୍ତରପ୍ରଦେଶର ୩୦୦ ଚାଷୀ ନଇଡା ଠାରୁ ଦିଲ୍ଲୀ ସଂଯୋଗ ରାସ୍ତାକୁ ଅବରୋଧ କରି ରଖିଛନ୍ତି । ଯାହାକୁ ନେଇ ଏବେ ଜଟିଳ ହୋଇ ପଡିଛି ରାଜଧାନୀ ଦିଲ୍ଲୀ ର ରାସ୍ତା ।

ସେପଟେ ପରିବହନ ବାଧାପ୍ରାପ୍ତ ହୋଇଛି । ଦରଦାମ୍ ବଢିଛି । ଯୁବ କଂଗ୍ରେସର ସଦସ୍ୟ ମାନେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ଘେରାଉ କରି ତ୍ତେଜନା ବଢାଇଛନ୍ତି । ମଧ୍ୟପ୍ରଦେଶ ଗ୍ୱାଲିଅରରୁ ଆସିଥିବା ଚାଷୀ ମାନେ ଦିଲ୍ଲୀର ବିଭିନ୍ନ ପ୍ରମୁଖ ସ୍ଥାନ ଗୁଡିକୁ ଅବରୋଧ କରିବା ଆରମ୍ଭ କରିଛନ୍ତି । ସିଂଘୁ ଏବଂ ଚିକ୍ରିରେ ହରିୟନା ସୀମା ବନ୍ଦ ହୋଇ ଯାଇଛି । ଦିଲ୍ଲୀ-ଗୁଡଗାଁଓ ଏବଂ ଝାଝର- ବାହାଦୁର୍ଗାକୁ ସଂଯୋଗ ରାସ୍ତା ମଧ୍ୟ ବନ୍ଦ ହୋଇ ଯାଇଛି । ଆନ୍ଦୋଳନ କାରୀ ମାନେ ୫ଟି ସୀମାରେ ରାସ୍ତା ବନ୍ଦ କରି ନେଇଛନ୍ତି । ଏହା ଫଳରେ ଦିଲ୍ଲୀର ଟ୍ରାଫିକ୍ ମଧ୍ୟ ଜାମ୍ ହୋଇ ଯାଇଛି । ଅଧିକରୁ ଅଧିକ ରାସ୍ତା ବନ୍ଦ ପାଇଁ ଏବେଠାରୁ ଆରମ୍ଭ ହୋଇଛି ପ୍ରୟାସ । 

ସରକାର ସ୍ୱତନ୍ତ୍ର ଅଧିବେଶନ ଡାକି ଲାଗୁ କରିଥିବା କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ । ଡିଜେଲର ଦାମ୍ କମ୍ କରି ଅଧା କରନ୍ତୁ । ସର୍ବନିମ୍ନ ସହାୟକ ମୂଲ୍ୟ ଦେବେ ବୋଲି ଲିଖିତ ଭାବେ ଦିଅନ୍ତୁ । ବାୟୁ ପ୍ରଦୂଷଣ ନିୟମରେ କରାଯାଇଥିବା ପରିବର୍ତ୍ତନକୁ ଫେରସ୍ତ କରାଯାଉ ବୋଲି ଚାଷୀ ସଂଗଠନ ଦାବୀ କରୁଥିବା ବେଳେ ଚାଷୀ ଆନ୍ଦୋଳନ ପ୍ରାୟୋଜିତ ଓ ଏଥିରେ ବିଦେଶୀ ଶକ୍ତି ପ୍ରବେଶ କରି ଦେଶର ସୁରକ୍ଷା ବିପନ୍ନ ହେବାର ଆଶଙ୍କା କରାଯାଉଛି । ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ସ୍ୱିକାର କରିଛନ୍ତି ଯେ ଏମିତି ଚାଷୀ ଆନ୍ଦୋଳନ ଲାଗି ରହିଲେ ଜାତୀୟ ସୁରକ୍ଷା ନିଶ୍ଚିତ ଭାବରେ ପ୍ରଭାବିତ ହେବ ।

  • Tags:

Subscribe

National International State Sports Entertainment