କୃଷକଙ୍କ ରାସ୍ତା ବ୍ଲକ ଘୋଷଣା ପରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ ,ଦିଲ୍ଲୀ-ଜୟପୁର ରାଜପଥରେ ୨ ହଜାର ସୁରକ୍ଷାକର୍ମୀ ହେବେ ନିୟୋଜିତ
Khabar Odisha:After-the-announcement-of-the-farmers-road-block-2000-police-personnel-will-be-deployed-on-the-Delhi-Jaipur-highway-in-action-mode

ନୂଆଦିଲ୍ଲୀ, ଡିସେମ୍ବର ୧୧ (ଖବର ଓଡ଼ିଶା) : କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଆଜି ୧୬ ତମ ଦିନରେ ଜାରି ରହିଛି । ଆଜିଠାରୁ ଆନ୍ଦୋଳନକୁ ତୀବ୍ର କରିବା ପାଇଁ କୃଷକମାନେ ଗତକାଲି ଏକ ଅଲ୍ଟିମେଟମ୍ ଦେଇଥିଲେ । ଦିଲ୍ଲୀର ସିଙ୍ଗୁ ବୋର୍ଡ ରେ ଗତକାଲିର ବୈଠକ ପରେ କୃଷକ ନେତାମାନେ ଘୋଷଣା କରିଥିଲେ ଯେ ଆନ୍ଦୋଳନ କୁ ତୀବ୍ର କରିବା ସହ ସାରା ଭାରତର ରେଳ ଟ୍ରାକରେ ପ୍ରଦର୍ଶନ କରିବେ । ଏହାସହ ଦିଲ୍ଲୀ କୁ ଆସୁଥିବା ରାଜପଥ ଗୁଡିକ ମଧ୍ୟ ଜାମ କରିବେ ।

କେନ୍ଦ୍ର ସରକାର ଚାଷୀ ନେତାଙ୍କ ସହ ୫ ଥର ବୈଠକ କରିବା ସହ ଆଇନ ରେ କିଛି ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏଥିରେ କୃଷକ ସଙ୍ଗଠନ ଗୁଡିକ ରାଜି ହୋଇନଥିଲେ । 

ତିନୋଟି ନିୟମକୁ ରଦ୍ଦ କରିବାକୁ କୃଷକ ନେତାମାନେ ଜିଦ୍ ଧରିଛନ୍ତି । ଦିଲ୍ଲୀ-ଜୟପୁର ରାଜପଥକୁ ଅବରୋଧ କରିବେ ବୋଲି କୃଷକମାନେ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ହରିୟାଣା ପୋଲିସ ସତର୍କ ହୋଇପଡିଛି ।

କୃଷକମାନେ ଜୟପୁର ରାଜପଥ NH-48 କୁ ଅବରୋଧ କରିବାକୁ ଘୋଷଣା କରିବା ପରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । NH-48  ରେ ୨ ହଜାରରୁ ଅଧିକ ପୋଲିସ କର୍ମଚାରୀ ଆଗୁଆ ମୃତୟନ ରହିବେ । 

ଗୁରୁଗ୍ରାମ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜର ରଖିଛନ୍ତି । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବିଭିନ୍ନ ଦଳ ଗଠନ କରାଯାଇଛି । ଗୁରୁଗ୍ରାମ-ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଏବଂ ୨ ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

  • Tags:

Subscribe

National International State Sports Entertainment