ଲୋକପ୍ରିୟ ସିରିଜ୍ ‘ପଞ୍ଚାୟତ’କୁ ପୁରିଛି ୫ ବର୍ଷ। ୨୦୨୦ ଏପ୍ରିଲ ୩ରେ ପ୍ରାଇମ ଭିଡ଼ିଓରେ ‘ପଞ୍ଚାୟତ’ର ପ୍ରମିୟର ହୋଇଥିଲା। ଏହାର ୩ଟି ଯାକ ସିଜିନ୍ରେ ବିପୁଳ ସଫଳତା ପରେ ଏବେ ସିଜିନ୍ ୪କୁ ଉତ୍ସାହର ସହ ଅପେକ୍ଷା କରି ରହିଥିଲେ ଦଶର୍କ। ଏହି ଅପେକ୍ଷାର ଅନ୍ତଘଟିଛି। ଏବେ ମେକର୍ସ ଏହାର ରିଲିଜ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ୨ ତାରିଖରେ ଆସିବାକୁ ଯାଉଛି ‘ପଞ୍ଚାୟତ’ର ସିଜିନ୍ ୪।
ଲୋକପ୍ରିୟ କମେଡି ଡ୍ରାମା ସିରିଜ ‘ପଞ୍ଚାୟତ’ର କାହାଣୀ ଜଣେ ଇଞ୍ଜିନିୟରିଂଙ୍କ ସ୍ନତକ ଉପରେ ପର୍ଯ୍ୟବେସିତ ହୋଇଛି, ଯିଏକି ଉତ୍ତରପ୍ରଦେଶର ଫୁଲେରା ନାମକ ଏକ କାଳ୍ପନିକ ଗାଁରେ ପଞ୍ଚାୟତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ତେବେ ଗତ ୫ ବର୍ଷ ହେଲା ଶୋର ପ୍ରଂଶସକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ଲୋକପ୍ରିୟ ସିରିଜରେ ଜିତେନ୍ଦ୍ର କୁମାର, ନୀନା ଗୁପ୍ତା, ରଘୁବୀର ଯାଦବ, ଚନ୍ଦନ ରୟ, ସନ୍ଭିକା, ଫୈଜଲ ମଲ୍ଲିକ, ଦୁର୍ଗେଜ କୁମାର, ପଙ୍କଜ ଝା ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ନିକଟରେ ପ୍ରାଇମ ଭିଡ଼ିଓ ସିରିଜର ଏକ ପ୍ରମୋସନାଲ ଭିଡ଼ିଓ ଶେୟାର କରିଛି, ଏଥିରେ ରିଲିଜ ତାରିଖ ଘୋଷଣା କରାଯାଇଛି।