ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ନାଁରେ ୱାରେଣ୍ଟି ଜାରି
Khabar Odisha:warrant-has-been-issued-in-the-name-of-Bollywood-actress-Amisha-Patel
ମୁମ୍ବାଇ, ନଭେମ୍ବର ୩୦(ଖବର ଓଡିଶା):

ବଲିଉଡର ପିଛା ଛାଡୁନି ବିବାଦ । ବଲିଉଡ ଅବିନେତ୍ରୀ ଅମିଶା ପଟେଲଙ୍କ ନାଁରେ ଭୋପାଳ କୋର୍ଟ ଜାରି କରିଛନ୍ତି ୱାରେଣ୍ଟି । ସୋମବାର ଅମିଶାଙ୍କ ବିରୋଧରେ ଏହି ୱାରେଣ୍ଟି ଜାରି କରାଯାଇଛି । ଅମିଶା ପଟେଲଙ୍କ ବିପକ୍ଷରେ ଏକ ଚେକ୍ ବାଉନ୍ସ କେସ୍ ରହିଛି । ଫଳରେ ତାଙ୍କୁ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟରେ ହାଜର ହେବାକୁ ୱାରେଣ୍ଟି ଦିଆଯାଇଛି । 

ସୂଚନା ଅନୁସାରେ, ଡିସେମ୍ବର ୪ ତାରିଖରେ କୋର୍ଟରେ ହାଜିର ହେବାକି ଅମିଶାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅମିଶାଙ୍କ ବିପକ୍ଷରେ ଭୋପାଳ ଅଦାଲତରେ ୩୨.୨୫ ଲକ୍ଷ ଟଙ୍କାର ଚେକ ବାଉନ୍ସର ମାମଲା ଚାଲୁଛି । ଅମିଶାଙ୍କ ବିପକ୍ଷରେ ୟ୍ୟୁଟିଏଫ ଟେଲିଫିଲ୍ମସ ପ୍ରାଇଭେଟ ଲିମିଟେଡ ଏହି ମାମଲା ଦାୟର କରିଛି ।

ତାଙ୍କ ଅଭିଯୋଗ ଅନୁସାରେ ଅମିଶା ଫିଲ୍ମ ନିର୍ମାଣ କରିବା ପାଇଁ ତାଙ୍କ ଠାରୁ ଟଙ୍କା ଆଣିଥିଲେ । ତାହା ବଦଳରେ ଯେଉଁ ଦୁଇଟି ଚେକ୍ ଦେଇଥିଲେ ସେହି ଚେକ୍ ବାଉନ୍ସ ହୋଇଥିଲା । ଅନ୍ୟପଟେ ଯଦି ଅମିଶା ପଟେଲ ୪ ଡିସେମ୍ବରରେ କୋର୍ଟରେ ହାଜିର ହେବେ ନାହିଁ ତାଙ୍କ ବିପକ୍ଷରେ ଆରେଷ୍ଟ ୱାରେଣ୍ଟି ଜାରି କରାଯିବ ।

  • Tags:

Subscribe

National International State Sports Entertainment