ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ନୂଆ ମୋଡ, ଗାର୍ଲଫ୍ରେଣ୍ଡ ରିୟାଙ୍କୁ ଦାୟୀ କରି ଥାନାରେ ଅଭିଯୋଗ ଦାୟର କଲେ ସୁଶାନ୍ତଙ୍କ ପିତା
Khabar Odisha:sushant-singh-rajput-father-registers-fir-against-rhea-chakraborty-in-patna
ମୁମ୍ୱାଇ, ଜୁଲାଇ ୨୮ (ଖବର ଓଡ଼ିଶା):

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ନୂଆ ମୋଡ଼ ଦେଖିବାକୁ ମିଳିଛି । ସୁଶାନ୍ତଙ୍କ ପିତା କେ.କେ ସିଂ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଛନ୍ତି । ସୁଶାନ୍ତଙ୍କ ବାପା ପାଟନାରେ ରାଜୀବ ନାଗର ପୋଲିସ ଷ୍ଟେସନରେ ଏହି ଏଫଆଇଆର ଦାଖଲ କରିଛନ୍ତି । କେ କେ ସିଂ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ରିୟା ସୁଶାନ୍ତଙ୍କଠାରୁ ଟଙ୍କା ନେଇ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲେ । ଏହି ମାମଲା ଆଇପିସିର ଧାରା 341, 342, 380, 406, 420, 306 ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଛି ।

ଏହି ପରିପ୍ରେକ୍ଷୀରେ, ସୁଶାନ୍ତଙ୍କ ପିତା କେ.କେ ସିଂହ ନିଜ ଅଭିଯୋଗ ପତ୍ରରେ ଲେଖିଛନ୍ତି ଯେ ମାମଲା ମୁମ୍ୱାଇ ପୋଲିସ ତଦନ୍ତ କରୁଛି ମୋତେ ତାଙ୍କ ତଦନ୍ତ ଉପରେ ଭରଷା ପାଉନି ତେଣୁ ମୁଁ ଚାହୁଁଛି ଯେ ବିହାର ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁ । କେ.କେ ସିଂ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । କେ.କେ ସିଂହ ଅନୁସାରେ, ରିୟା ସୁଶାନ୍ତଙ୍କୁ ପ୍ରତାରଣା କରିଛନ୍ତି ସୁଶାନ୍ତଙ୍କ ଟଙ୍କା ହଡପ କରିଛନ୍ତି । ଏହା ସହ ସୁଶାନ୍ତଙ୍କୁ ତାଙ୍କ ନିଜ ପରିବାରଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିଦେଇଥିଲେ ।

ସୁଶାନ୍ତଙ୍କ ପିତା ତାଙ୍କ ଏଫଆଇଆରରେ ଅନେକ ପ୍ରଶ୍ନ ଉଠାଇଛନ୍ତି ଯାହା ବର୍ତ୍ତମାନ ମାମଲାକୁ ନିଶ୍ଚିତ ଭାବରେ ଭିନ୍ନ ମୋଡ ଦେବ | ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ରିୟାଙ୍କୁ ଭେଟିବା ପୂର୍ବରୁ ସୁଶାନ୍ତ ମାନସିକ ସ୍ତରରେ ଭଲ ଥିଲେ। ତାଙ୍କ ସହିତ ସମ୍ପର୍କ ପରେ ସେ ମାନସିକ ସ୍ତରରେ ବିବ୍ରତ ହୋଇଥିଲେ କାହିଁକି? ସୁଶାନ୍ତଙ୍କ ବାପା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ରିୟା ତାଙ୍କ ପୁଅକୁ ମୋବାଇଲ୍ ନମ୍ବର ବଦଳାଇବାକୁ ଚାପ ପକାଇଥିଲେ ଯାହାଦ୍ୱାରା ସେ ତାଙ୍କ ନିକଟତର ସମ୍ପର୍କୀୟ କିମ୍ୱା ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କିମ୍ୱା ଯୋଗାଯୋଗରେ ରହିପାରିବ ନାହିଁ | କେବଳ ଏତିକି ନୁହେଁ, ସୁଶାନ୍ତଙ୍କ ପାଇଁ କାମ କରୁଥିବା ସୁଶାନ୍ତଙ୍କ ପୁରୁଣା ଓ ଘନିଷ୍ଠ କର୍ମଚାରୀଙ୍କୁ ମଧ୍ୟ ରିୟା ବଦଳାଇ ଦେଇଥିଲେ ।

କେବଳ ଏତିକି ନୂହେଁ ସୁଶାନ୍ତଙ୍କ ବାପା ରିୟାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି ଯେ ସେ(ରିୟା) ସୁଶାନ୍ତଙ୍କୁ କହିଥିଲେ ଯେ ଯଦି ତୁମେ ମୋର କଥା ଶୁଣିବ ନାହିଁ, ତେବେ ମୁଁ ମିଡିଆରେ ତୁମର ଡାକ୍ତରୀ ରିପୋର୍ଟକୁ ଭାଇରାଲ କରିଦେବି ଏବଂ ସମସ୍ତଙ୍କୁ କହିବି ଯେ ତୁମେ ପାଗଳ ହୋଇଯାଇଛ । ଯେତେବେଳେ ରିୟା ଅନୁଭବ କରନ୍ତି ଯେ ସୁଶାନ୍ତ ସିଂ ବର୍ତ୍ତମାନ ତାଙ୍କର ଆଉ କୌଣସି କାମ ପାଇଁ ନୂହେଁ ଏବଂ ତାଙ୍କ ବ୍ୟାଙ୍କ ବାଲାନ୍ସ ମଧ୍ୟ ଧିରେ ଧିରେ କମ ହେବାରେ ଲାଗିଛି |ତେଣୁ 8/6/20 ରେ ସୁଶାନ୍ତଙ୍କ ସହ ରହୁଥିବା ରିୟା ସୁଶାନ୍ତଙ୍କ ଘରୁ ବହୁ ନଗଦ ଟଙ୍କା, ଅଳଙ୍କାର, ଲାପଟପ୍, ପାସୱାର୍ଡ, କ୍ରେଡିଟ୍ କାର୍ଡ, ସୁଶାନ୍ତଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସମସ୍ତ ଡାକ୍ତରୀ କାଗଜପତ୍ର ମଧ୍ୟ ସାଙ୍ଗରେ ନେଇ ପଳାଇ ଯାଇଥିଲେ ।

ସୁଶାନ୍ତଙ୍କ ପିତା ଏଫଆଇଆରରେ କହିଛନ୍ତି, "ଯିବା ପରେ ସେ ମୋ ପୁଅ ସୁଶାନ୍ତଙ୍କ ଫୋନ ନମ୍ବରକୁ ତାଙ୍କ ଫୋନରେ ବ୍ଲକ୍ କରିଦେଇଥିଲେ। ଏହା ପରେ ସୁଶାନ୍ତ ମୋ ଝିଅକୁ ମାନେ ତାଙ୍କ ଭଉଣୀକୁ ଫୋନ କରିଥିଲେ କହିଥିଲେ ଯେ ରିୟା ମୋତେ କୌଣସି ଜାଲରେ ଫସାଇବା ପାଇଁ ଚାହୁଁଛି, ସେ ଏଠାରୁ ବହୁତ କିଛି ଜିନିଷ ନିଜ ସାଙ୍ଗରେ ନେଇକି ପଳାଇଛି । ମୋତେ ଧମକ ଦେଇ ଯାଇଛି ଯେ ଯଦି ତୁମେ ମୋ କଥା ନ ଶୁଣ,  ତେବେ ମୁଁ ତୁମର ଚିକିତ୍ସାର ସମସ୍ତ କାଗଜପତ୍ର ଗଣମାଧ୍ୟମକୁ ଦେଇଦେବି। "

ପାଟଣାର ଏସଏସପି ଉପେନ୍ଦ୍ର ଶର୍ମାଙ୍କ ନିର୍ଦ୍ଦେଶରେ ରାଜୀବ ନାଗର ପୋଲିସ ଷ୍ଟେସନକୁ ଏହି ମାମଲାର ଆଇଓ କରାଯାଇଛି । ତୁରନ୍ତ ଚାରିଜଣିଆ ସଦସ୍ୟ ବିଶିଷ୍ଟ ଏକ ପୋଲିସ ଟିମକୁ ଘଟଣାର ତଦନ୍ତ ପାଇଁ ମୁମ୍ୱାଇ ପଠାଯାଇଛି । ଏହି ଟିମ୍ ମୁମ୍ବାଇ ପୋଲିସକୁ ଭେଟି କେସ୍ ଡାଏରୀ ବ୍ୟତୀତ ଆବଶ୍ୟକ ଦସ୍ତାବିଜ ସଂଗ୍ରହ କରିବେ । ଏହି ଟିମରେ ଦୁଇ ଜଣ ଇନ୍ସପେକ୍ଟର ଏବଂ ଦୁଇଜଣ ସବ୍-ଇନ୍ସପେକ୍ଟର ରହିଛନ୍ତି।

ସୁଶାନ୍ତଙ୍କ ପିତା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ମୋ ପୁଅ ସୁଶାନ୍ତ ଫିଲ୍ମ ଲାଇନ ଛାଡି କେରଳରେ ଜୈବିକ ଚାଷ କରିବାକୁ ଚାହୁଁଥିଲେ, ତାଙ୍କ ବନ୍ଧୁ ମହେଶ ତାଙ୍କ ସହ କୋର୍ଗ ଯିବାକୁ ମଧ୍ୟ ପ୍ରସ୍ତୁତ ଥିଲେ ହେଲେ ରିୟା ଏହାକୁ ଦୃଢ ଭାବେ ବିରୋଧ କରିଥିଲେ ।

  • Tags:

Subscribe

National International State Sports Entertainment