ଭୁବନେଶ୍ୱର, ଜୁନ ୨୬(ଖବର ଓଡିଶା):
ବରିଷ୍ଠ ଅଭନେତା ରାଇମୋହନ ପରିଡା ଆତ୍ମହତ୍ୟା ଘଟଣା । ରାଇମୋହନଙ୍କ ଆତ୍ମହତ୍ୟାଙ୍କୁ ତିନି ଦିନ ବିତି ସାରିଲାଣି । ତେବେ ରାଇମୋହନ ପରିଡା ଆତ୍ମହତ୍ୟା ଘଟଣାରେ ଖିଅ ଖୋଜୁଛି କମିଶନରେଟ ପୋଲିସ ।
ତେବେ ଆତ୍ମହତ୍ୟା ଓ ହତ୍ୟା ଉଭୟ ଦିଗକୁ ନେଇ କମିଶନରେଟ ପୋଲିସ ତଦନ୍ତ ଚଳାଇଛି । ଝିଅ, ଜ୍ୱାଇ. ପତ୍ନୀ ଓ ପୁତୁରାଙ୍କୁ ପଚରାଉଚରା କରୁଛି ପୋଲିସ । ରାଇମୋହନଙ୍କ ମୋବାଇନ ମଧ୍ୟ ଜବତ କରାଯାଇଛି । ମୋବାଇଲ ଟେକ୍ନିକାଲ ଟିମକୁ ଦିଆଯିବ ।
ସେହିପରି ଭିସେରା, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ତେବେ ଏନେଇ କମିଶନରେଟ ପୋଲିସ ଜୋନ-୫ ଏସପି ହିମାଂଶୁ ଭୂଷଣ ସ୍ୱାଇଁ ସୂଚନା ଦେଇଛନ୍ତି ।