ନାଗପରୁ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣୌତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏମରଜେନ୍ସୀ’ (Emergency) ଖବୁ ଶୀଘ୍ର ସିନେମା ଘରକୁ ଆସିବାକୁ ଯାଉଛି । ସିନେମାକୁ ନେଇ ଅନେକ ବିବାଦ ଲାଗି ରହିଥିବାବେଳେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି କଙ୍ଗନା । ଫିଲ୍ମର ପ୍ରମୋସନ୍ ମଧ୍ୟ ଜାରି ରଖିଛି ଟିମ୍ । ତେବେ ନାଗପୁର ଏହାର ସ୍କ୍ରିନିଂ ରଖାଯାଇଛି । ଆଉ ଏହାକୁ ଦେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ । ମୁଖ୍ୟ ଭୂମିକାରେ ଥିବା କଙ୍ଗନା, ଅନୁପମ୍ ଖୈର୍ ଏବଂ ନୀତିନ ଗଡ଼କାରୀ ସ୍କ୍ରିନିଂ ଦେଖିଛନ୍ତି ।
ସିନେମାର ସ୍କ୍ରିନିଂ ଦେଖିବା ପରେ ଗଡ଼କାରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ମଧ୍ୟ ପୋଷ୍ଟ କରିଛନ୍ତି । ଗଡ଼କାରୀ ଫିଲ୍ମ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ସିନେମା ନିର୍ମାତା ଏବଂ କଳାକାରମାନଙ୍କର ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁମାନେ ଆମ ଦେଶର ଇତିହାସର ଏହି କଳା ଅଧ୍ୟାୟକୁ ଏତେ ଉତ୍କୃଷ୍ଟତାର ଏବଂ ସତ୍ୟତାର ସହିତ ପ୍ରସ୍ତୁତ କରିଛନ୍ତି ସେମାନଙ୍କୁ ଧନ୍ୟବାଦ । ଭାରତର ଏକ ମହତ୍ୱପୂର୍ଣ୍ଣ ସମୟକୁ ଦର୍ଶାଉଥିବା ଏହି ଫିଲ୍ମକୁ ସମସ୍ତଙ୍କୁ ଦେଖିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଜାନୁୟାରୀ ୧୭ ତାରିଖରେ ‘ଏମରଜେନ୍ସୀ’ (Emergency) ସିନେମା ଘରକୁ ଆସିବାକୁ ଯାଉଛି । ଏଥିରେ ମୁଖ୍ୟ ଭୂମିକାରେ ଥିବା କଙ୍ଗନା ରଣୌତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିଛନ୍ତି । ୧୯୭୫ ମସିହାରେ ତତ୍କାଳୀନ ଇନ୍ଦିରା ସରକାର ଲଗାଇଥିବା ଜରୁରୀକାଳୀନ ବିଷୟ ଉପରେ ଏହି ଫିଲ୍ମ ଆଧାରିତ ।