ପୁଅ ବିବାହ ପାଇଁ କାଶୀ ବିଶ୍ୱନାଥଙ୍କୁ ନିମନ୍ତ୍ରଣ ପତ୍ର ଦେଲେ ନୀତା ଅମ୍ବାନୀ । ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ କାର୍ଡ ନେଇ କାଶୀ ବିଶ୍ୱନାଥରେ ପହଂଚିଛନ୍ତି ନୀତା ଅମ୍ବାନୀ । ବାରାଣାସୀରେ ପହଂଚି ପ୍ରଭୁଙ୍କ ଆଶୀର୍ବାଦ କାମନା କରିବା ସହିତ ପରିବାରର ମଙ୍ଗଳ ମନାସୀ ବାବଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ନୀତା ଅମ୍ବାନୀ । ଆସନ୍ତା ଜୁଲାଇ ୧୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠାତା ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ଶିଳ୍ପପତି ବୀରେନ ମର୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ବିବାହ ଅନୁଷ୍ଠିତ ହେବ ।
ତେବେ ଦୀର୍ଘ ୧୦ ବର୍ଷ ପରେ ବାରଣାସୀର କାଶୀ ବିଶ୍ୱନାଥଙ୍କ ପାଖକୁ ଆସିଥିବା ନେଇ ନୀତା ଅମ୍ବାନୀ କହିଛନ୍ତି । ଏବଂ ୧୦ ବର୍ଷ ପରେ କାଶୀ ବିଶ୍ୱନାଥରେ ହୋଇଥିବା ବିକାଶକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।