ନୂଆଦିଲ୍ଲୀ: ମଲାୟାଲାମ ଅଭିନେତା ତଥା ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ମୋହନଲାଲ ଅଭିନୟ ଦୁନିଆରେ ଜୀବନ ବ୍ୟାପୀ ସାଧନା ପାଇଁ ସମ୍ମାନ ଜନକ ‘ଦାଦା ସାହେବ ଫାଲକେ’ ପୁରସ୍କାର ଗ୍ରହଣ କରିଛନ୍ତି । ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
୬୫ ବର୍ଷିୟ ମୋହନଲାଲ ଦୀର୍ଘ ୪ ଦଶନ୍ଧି ହେବ ସିନେ ଜଗତ ସହିତ ଜଡ଼ିତ ଅଛନ୍ତି । ୧୯୬୦, ମେ ୨୧ରେ ମୋହନଲାଲ କେରଳର କୋଲାମ ଜିଲ୍ଲା ଏଲାନ୍ଥୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୮ ମସିହାରେ ଥିରାଲନୋତ୍ତମ ଚଳଚ୍ଚିତ୍ର ଜରିଆରେ ସିନେମା ଘରକୁ ପ୍ରବେଶ କରିଥିଲେ । ପ୍ରାୟ ୪୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ମୋହନଲାଲ ମଲାୟାଲମ ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ ଏବଂ ହିନ୍ଦୀ ଭାଷାରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି । ପୂର୍ବରୁ ୫ ଥର ଜାତୀୟ ଚଳଚ୍ଚିତ୍ର ଜିତିଛନ୍ତି ଯେଉଁଥିରେ ଦୁଇ ଥର ଶ୍ରେଷ୍ଠ ଅଭିନେତା ପାଇଁ ୨ ଥର ଜାତୀୟ ପୁରସ୍କାର ପାଇଛନ୍ତି । ସେହିପରି ୯ ଥର କେରଳ ରାଜ୍ୟ ପୁରସ୍କାର ଏବଂ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି । ୨୦୦୧ରେ ପଦ୍ମଶ୍ରୀ ଏବଂ ୨୦୧୯ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।