ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନଭବନରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ଦୁଇଟି ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛି । ପୁଷ୍କରାକୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଯୋଜନା ସଂସ୍ଥା ପକ୍ଷରୁ ସୁଶ୍ରୀ ଲିତିସା ମଙ୍ଗତ ପଣ୍ଡା ଏବଂ ନିର୍ଦ୍ଦେଶକ ସୁଭ୍ରାଂଶୁ କୁମାର ଦାସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ।
ତରଙ୍ଗ ସିନେ ପ୍ରୋଡ଼କସନସ୍ ପ୍ରଯୋଜିତ ପୁଷ୍କରା ଚଳଚ୍ଚିତ୍ରର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେଷିତ ହୋଇଛି । ଲେଖ ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ରଚିତ ଉପନ୍ୟାସ ନାଗବିନ୍ଦୁ ଉପରେ ଆଧାରିତ । ଏଥିରେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ସୁପ୍ରିୟା ମୁଖ୍ୟ ଭୂମିକାରେ ରହିଛନ୍ତି ।
ସେହିପରି ବିଶେଷ ଉଲ୍ଲେଖ ପାଇଁ ‘ଦି ସି ଏଣ୍ଡ୍ ଦ ସେଭେନ୍ ଭିଲେଜେସ୍’ (The Sea and The Villages)କୁ ପୁରସ୍କାର ମିଳିଛି । ଇତିରାଣୀ ସାମନ୍ତ ଏବଂ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପୁରସ୍କାର ଗ୍ରହଣ କରିଛନ୍ତି ।