ମୁମ୍ବାଇ: କଂଗ୍ରେସ ଉପରେ ଖପ୍ପା ହୋଇଛନ୍ତି ହିନ୍ଦୀ ଆକ୍ଟର କେକେ ମେନନ । ବିନା ଅନୁମତିରେ ତାଙ୍କର ଭିଡ଼ିଓକୁ ନିଜ ଭିଡ଼ିଓରେ ବ୍ୟବହାର କରିବାକୁ ନେଇ ଚିଡ଼ିଯାଇଛନ୍ତି କେକେ । ସେ କଂଗ୍ରେସ ସହ କୌଣସି ଭିଡ଼ିଓ କରି ନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।
କଂଗ୍ରେସ ବର୍ତ୍ତମାନ ଭୋଟର୍ ତାଲିକାକୁ ନେଇ ନିର୍ବାଚନ ଆୟୋଗଙ୍କ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଛି । ଏହି ପରିପ୍ରେକ୍ଷୀରେ ଦଳ ‘ଭୋଟ୍ ଚୋରୀକୁ ବଞ୍ଚାଇବା’କୁ ଏକ ଅଭିଯାନ ଆରମ୍ଭ କରିଛି । ଏହି ଭିଡ଼ିଓରେ କେକେଙ୍କ ଚର୍ଚ୍ଚିତ୍ ୱେବ୍ ସିରିଜ୍ ‘ସ୍ପେସିଆଲ୍ ଓପ୍ସ’ର ଏକ ପ୍ରୋମୋସନ୍ ଭିଡ଼ିଓକୁ ସେଥିରେ ଏଡିଟ୍ କରି ଯୋଡ଼ିଛନ୍ତି । ଯାହାକୁ ଦେଖିବା ପରେ କେକେ କମେଣ୍ଟ କରିଛନ୍ତି ।
କେକେ ସ୍ପଷ୍ଟ କରିଛନ୍ତି, ସେ ଏହି ବିଜ୍ଞାପନରେ ଅଭିନୟ କରିନାହାଁନ୍ତି । ତାଙ୍କର ବିନା ଅନୁମତି ତାଙ୍କର ୱେବ୍ ସିରିଜ୍ ‘ସ୍ପେସିଆଲ୍ ଓପ୍ସ’ର ଏକ ପ୍ରୋମୋସନ୍ ଭିଡ଼ିଓକୁ ବ୍ୟବହାର କରାଯାଇଛି ଏବଂ ଏଡ଼ିଟ୍ ମଧ୍ୟ କରାଯାଇଛି ।