ବିଷ ସହର ପାଲଟିଛି ଦିଲ୍ଲୀ, ଏବେ ବଲିଉଡ ମଧ୍ୟ ଚିନ୍ତାରେ
Khabar Odisha:entertainment-odisha-priyanka-chopra-seen-wearing-a-mask-in-delhi-said-on-pollution-shooting-here-is-tough
ନୂଆଦିଲ୍ଲୀ, ନଭେମ୍ବର ୦୪ (ଖବର ଓଡିଶା) :

 ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି। ଏଠାରେ ନିଃଶ୍ଵାସ ନେବା ଏବେ ଅସମ୍ଭବ ହୋଇ ପଡିଛି। କହିବାକୁ ଗଲେ ଦିଲ୍ଲୀ ଗ୍ୟାସ୍ ଚାମ୍ବର ପାଲଟିଛି। ତେବେ ଦିଲ୍ଲୀକୁ ନେଇ ଏବେ ବଲିଉଡ ମଧ୍ୟ ଚିନ୍ତିତ ହୋଇ ପଡିଛି। ଅଭିନେତା ଅର୍ଜୁନ ରାମପାଲ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗୈବ୍ରିଏଲା ଜଣଙ୍କୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିଛନ୍ତି। ଏନେଇ ସେମାନେ ଖୁବ୍ ଖୁସୀ ମଧ୍ୟ ଅଛନ୍ତି। ଏହି ମଧ୍ୟରେ ଅର୍ଜୁନ ରାମପାଲଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଦିଲ୍ଲୀର ପ୍ରଦୂଷଣକୁ ନେଇ କମେଣ୍ଟ କରିଛନ୍ତି। 

ନଭେମ୍ବରରେ ଅର୍ଜୁନ ଦିଲ୍ଲୀରେ ଥିଲେ। ସେ ଦିଲ୍ଲୀ ପ୍ରଦୂଷଣକୁ ନେଇ ଟ୍ଵିଟରରେ ଲେଖିଛନ୍ତି ଯେ, ଏବେ ଏବେ ଦିଲ୍ଲୀରେ ପହଁଚିଛି। ଏଠାକାର ବାୟୁ ନିଃଶ୍ଵାସ ନେବା ପାଇଁ ଅନୁପଯୋଗୀ। ସହରର ସ୍ଥିତି ରହିବା ପାଇଁ ଅନୁପଯୋଗୀ। ଏଟାରେ ପ୍ରଦୂଷଣ ସ୍ପଷ୍ଟ ଭାବରେ ନଜର ଆସୁଛି। ଲୋକମାନେ ମାସ୍କ ପିନ୍ଧି ବୁଲୁଛନ୍ତି। ପ୍ରଦୂଷଣ ରୋକିବା ପାଇଁ ଖୁବ୍ ଶୀଘ୍ର କୌଣସି ପଦକ୍ଷେପ ନିଆଯାଉ।

ସେହିପରି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମାସ୍କ ପିନ୍ଧି ଏକ ଫଟୋ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ସେ ଲେଖିଛନ୍ତି ଯେ, ଦ ହ୍ଵାଇଟ୍ ଟାଇଗର ଶୁଟିଙ୍ଗ୍ ଲରିବା କଠିନ ହୋଇ ପଡିଛି। ଏଭଳି ପରିସ୍ଥିତିରେ ଏଠାରେ କିପରି ରହିବି ତାହା ନେଇ ଚିନ୍ତିତ। ଆମ ପାଖରେ ବାୟୁ ବିଶୁଦ୍ଧିକରଣ ଯନ୍ତ୍ର ଏବଂ ମାସ୍କ ରହିଛି। ଗରୀବ ଏବଂ ବଧିର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ସମସ୍ତେ ନିଜ ନଜିର ଧ୍ୟାନ ଦିଅନ୍ତୁ। 

Subscribe

National International State Sports Entertainment