ସମାଜସେବିକା ଦୟା ବାଈଙ୍କୁ ନେଇ ହେଉଛି ବାୟୋପିକ
Khabar Odisha:entertainment-odisha-biopic-on-social-activist-daya-bai-to-release-in-april
ନୂଆଦିଲ୍ଲୀ, ଡିସେମ୍ଵର ୦୫ (ଖବର ଓଡିଶା) :

କେରଳରେ ଜନ୍ମ ନେଇଥିବା ସମାଜସେବିକା ଦୟା ବାଈଙ୍କ ଉପରେ ଆଧାରିତ ଏକ ହିନ୍ଦୀ ବାୟୋପିକ୍ ବଡ ପରଦାରେ ରିଲିଜ୍ ହେବାକୁ ଯାଉଛି। ୨୦୨୦ ଅପ୍ରେଲରେ ଏହି ବାୟୋପିକ୍ ରିଲିଜ୍ ହେବ। ଶ୍ରୀ ବରୁଣଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମରେ ଦୟା ବାଈଙ୍କ ଭୂମିକାରେ ବଙ୍ଗାଳୀ ଅଭିନେତ୍ରୀ ବିଦିତା ବାଗ ଅଛନ୍ତି। 

ମାଲୟଲମ ମହିଳା ମର୍ସୀ ମୈଥ୍ୟୁ କିଭଳି ଭାବରେ ଦୟା ବାଈରେ ପରିଣତ ହୋଇଛନ୍ତି ଏବଂ ମଧ୍ୟପ୍ରଦେଶର ଆଦିବାସୀ ଲୋକଙ୍କ ଉନ୍ନତି ପାଇଁ କାମ କରୁଛନ୍ତି ତାହା ପ୍ରଦର୍ଶନ କରାଯାଇଛି। ତେବେ ଏହି ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଛି। ଏହି ପୋଷ୍ଟରରେ ମୁଖ୍ୟ ଅଭିନେତ୍ରୀ ଏକ ଦୀପ ପ୍ରଜ୍ଵଳନ କରୁଥିବା ଦେଖିବାକୁ ମିଳିଛି। 

ଏହି ପ୍ରୋଜେକ୍ଟ ନେଇ ଶ୍ରୀ ବରୁଣ କହିଛନ୍ତି ଯେ, ଦୟା ବାଈଙ୍କ ଦ୍ଵାରା ମୁଁ ପ୍ରଭାବିତ ହୋଇଛି। ମୁଁ ସର୍ବଦା ତାଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲି। ଆମେ ଯେତେବେଳେ ୱାୟନାଡରେ ଦେଖା ହୋଇଥିଲୁ ସେହି ସମୟରେ ସେ ତାଙ୍କ ଜୀବନୀର ସତ୍ୟତା ଦର୍ଶାଇବାକୁ କହିଥିଲେ। ତେଣୁ ଫିଲ୍ମରେ କୌଣସି ତଥ୍ୟ କାଳ୍ପନିକ ନାହିଁ। ସମସ୍ତ ତଥ୍ୟ ତାଙ୍କ ଜୀବନୀ ଉପରେ ଦର୍ଶାଯାଇଛି।

 

Subscribe

National International State Sports Entertainment